ବିଚାରପତିଙ୍କ ନିଯୁକ୍ତି ପ୍ୟାନେଲରେ ପ୍ରତିନିଧି ରଖିବାକୁ ଚାହୁଁଛି କେନ୍ଦ୍ର ସରକାର

ନୂଆଦିଲ୍ଲୀ : ପ୍ରଧାନ ବିଚାରପତି ଡ଼.ୱାଇ.ଚନ୍ଦ୍ରଚୂଡ଼ ଙ୍କୁ ଚିଠି ଲେଖିଲେ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜଜୁ I ବିଚାରପତିଙ୍କ ନିଯୁକ୍ତି ଉପରେ ନିଷ୍ପତ୍ତି ଗ୍ରହଣ କରୁଥିବା ସୁପ୍ରିମ୍‌ କୋର୍ଟର କଲିଜିୟମରେ ସରକାରଙ୍କ ପ୍ରତିନିଧି ସାମିଲ କରାଯିବା ଉଚିତ ବୋଲି ପ୍ରସ୍ତାବ ଦେଇଛନ୍ତି ଆଇନ ମନ୍ତ୍ରୀ I ଏହା ସ୍ୱଚ୍ଛତା ଏବଂ ଜନସାଧାରଣଙ୍କ ଉତ୍ତରଦାୟିତ୍ୱକୁ ବୃଦ୍ଧି କରିବ ବୋଲି ଆଇନ ମନ୍ତ୍ରୀ ଚିଠିରେ ଲେଖିଛନ୍ତି Iସେହିପରି ହାଇକୋର୍ଟ କଲେଜିୟମରେ ରାଜ୍ୟ ସରକାରମାନଙ୍କ ପ୍ରତିନିଧି ମଧ୍ୟ ସାମିଲ ହେବା ଦରକାର ବୋଲି ପରାମର୍ଶ ଦେଇଥିବା ବିଶେଷସୂତ୍ରରୁ ଜଣାପଡ଼ିଛି। ।

ବିଚାରପତି ନିଯୁକ୍ତି ପ୍ରସଙ୍ଗରେ ଯୁକ୍ତିତର୍କ ଚାଲିଥିବା ବେଳେ ଏହାକୁ ନ୍ୟାୟପାଳିକାର ଅସାଧୁତା କହି କେତେକ ମନ୍ତ୍ରୀ ଓ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ମଧ୍ୟ ସମାଲୋଚନା କରିଛନ୍ତି। ସେମାନେ ଯୁକ୍ତି ବାଢ଼ିଛନ୍ତି ଯେ, ବିଚାରପତି ମନୋନୟନରେ ସରକାରଙ୍କର ଭୂମିକା ରହିବା ଉଚିତ। ସେହିପରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ଟୁଇଟ୍‌ରେ ଏହି ପଦକ୍ଷେପକୁ ବିପଜ୍ଜନକ ବୋଲି କହିଛନ୍ତି।

କେନ୍ଦ୍ର ସରକାର କଲେଜିୟମ ବ୍ୟବସ୍ଥାକୁ ଉଚ୍ଛେଦ କରି ୨୦୧୪ରେ ବିଜେପି ସରକାର ଆଣିଥିବା ଜାତୀୟ ନ୍ୟାୟିକ ନିଯୁକ୍ତି ଆୟୋଗ ବା ଏନଜେଏସି ଲାଗୁ କରିବାକୁ ଚାହୁଁଥିବା ସୁପ୍ରିମକୋର୍ଟ କହିଛନ୍ତି। ଏହି ଆଇନ ଅନୁଯାୟୀ, ବିଚାରପତି ନିଯୁକ୍ତିରେ ଉଭୟ ନ୍ୟାୟପାଳିକା ଓ ସରକାରଙ୍କ ପ୍ରତିନିଧି ରହିବେ ବୋଲି କୁହାଯାଇଥିଲା। ଏବେ କେନ୍ଦ୍ର ନିଜର ପ୍ରତିନିଧିଙ୍କୁ ଦେଇ ପରୋକ୍ଷରେ ଏନଜେଏସି ଲାଗୁ କରିବାକୁ ଚାହୁଁଥିବା ଚର୍ଚ୍ଚା ହେଉଛି। ସୁପ୍ରିମ୍‌ କୋର୍ଟ କହିଛନ୍ତି, କଲିଜିୟମ୍‌ ବ୍ୟବସ୍ଥା ହେଉଛି ଦେଶର ଆଇନ ଏବଂ ଏହାକୁ ସଂପୂର୍ଣ୍ଣରୂପେ ଅନୁସରଣ କରାଯିବା ଉଚିତ। କେବଳ ସମାଜର ଅଳ୍ପ କେତେକ ବର୍ଗ କଲିଜିୟମ୍‌ ବ୍ୟବସ୍ଥାର ବିରୁଦ୍ଧାଚରଣ କରୁଥିବାରୁ ଏହାକୁ ବେଆଇନ କରାଯିବା ଅନୁଚିତ।

ସୂଚନାଯୋଗ୍ୟ, ସମ୍ପ୍ରତି ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ ଏବଂ ବିଚାରପତି ସଞ୍ଜୟ କିଷନ୍‌ କୌଲ୍‌, କେ. ଏମ୍‌. ଯୋସେଫ, ଏମ୍‌.ଆର୍‌. ଶାହ, ଅଜୟ ସସ୍ତୋଗି ଏବଂ ସଞ୍ଜୀବ ଖାନ୍ନାଙ୍କୁ ନେଇ ସୁପ୍ରିମ୍‌ କୋର୍ଟ କଲିଜିୟମ୍ ଗଠିନ କରାଯାଇଛି।

Govt

Comments are closed.