ଜାତିଗଣନା ସହ ୨ ଟି ପର୍ଯାୟରେ ହେବ ଜନଗଣନା -୨୦୨୭

ନୂଆଦିଲ୍ଲୀ : ଜାତିଗଣନା ସହିତ ଦୁଇଟି ପର୍ଯ୍ୟାୟରେ ହେବ ଜନଗଣନା-୨୦୨୭ । ଜନଗଣନା-୨୦୨୭ ପାଇଁ ସନ୍ଦର୍ଭ ତାରିଖ ମାର୍ଚ୍ଚ ପହିଲା । କେନ୍ଦ୍ରଶାସିତ ଅଞ୍ଚଳ ଲଦାଖ ଏବଂ ଜାମ୍ମୁ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ଅଣ-ସମକାଳୀନ ବରଫାବୃତ ଅଞ୍ଚଳ ତଥା ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡ ରାଜ୍ୟ ପାଇଁ, ସନ୍ଦର୍ଭ ତାରିଖ ଅକ୍ଟୋବର ପହିଲା, ୨୦୨୬ ର ମଧ୍ୟରାତ୍ର ହେବ।

ଜନଗଣନା ଅଧିନିୟମ ୧୯୪୮ ର ଧାରା ୩ ର ବ୍ୟବସ୍ଥା ଅନୁଯାୟୀ ଉପରୋକ୍ତ ସନ୍ଦର୍ଭ ତାରିଖ ସହିତ ଜନ ଗଣନା କରିବା ଉଦ୍ଦେଶ୍ୟରେ ବିଜ୍ଞପ୍ତି ସରକାରୀ ୧୬.୦୬.୨୦୨୫ ରେ ପ୍ରକାଶିତ ହେବ। ଭାରତର ଜନଗଣନା ଅଧିନିୟମ, ୧୯୪୮ ଏବଂ ୧୯୯୦ ର ବ୍ୟବସ୍ଥା ଅନୁଯାୟୀ ପରିଚାଳିତ ହୁଏ। ଭାରତର ଶେଷ ଜନଗଣନା ୨୦୧୧ ରେ ଦୁଇଟି ପର୍ଯ୍ୟାୟରେ କରାଯାଇଥିଲା ।

ପ୍ରଥମ ପର୍ଯ୍ୟାୟ-ଗୃହ ତାଲିକା (ଏଚଏଲଓ) (୧ ଏପ୍ରିଲରୁ ୩୦ ସେପ୍ଟେମ୍ବର ୨୦୧୦) ଏବଂ (୨) ଦ୍ୱିତୀୟ ପର୍ଯ୍ୟାୟ-ଜନ ଗଣନା (ପିଇ) (୦୯ ଫେବୃଆରୀରୁ ୨୯ ଫେବୃଆରୀ ୨୦୧୧) ସନ୍ଦର୍ଭ ତାରିଖ ସହିତ ମାର୍ଚ୍ଚ ପହିଲା, ୨୦୧୧ ମଧ୍ୟରାତ୍ର, ଜାମ୍ମୁ କାଶ୍ମୀର, ଉତ୍ତରାଖଣ୍ଡ ଏବଂ ହିମାଚଳ ପ୍ରଦେଶର ବରଫାବୃତ ଅଣ-ସମକାଳୀନ ଅଞ୍ଚଳକୁ ଛାଡ଼ିଦେଲେ, ଏହା ୧୧ ରୁ ୩୦ ସେପ୍ଟେମ୍ବର ୨୦୧୦ ରେ ଅନୁଷ୍ଠିତ ହୋଇଥିଲା, ଯାହାର ସନ୍ଦର୍ଭ ତାରିଖ ଅକ୍ଟୋବର, ପହିଲା, ୨୦୧୦ ମଧ୍ୟରାତ୍ର ଥିଲା।

ସେହିପରି ୨୦୨୦ ଏପ୍ରିଲ-ସେପ୍ଟେମ୍ବର ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଏବଂ ୨୦୨୧ ଫେବୃଆରୀରେ ଦ୍ୱିତୀୟ ପର୍ଯ୍ୟାୟ ସହିତ ସମାନ ଢଙ୍ଗରେ ଦୁଇଟି ପର୍ଯ୍ୟାୟରେ ଜନଗଣନା ୨୦୨୧ ଆୟୋଜନ କରାଯିବାର ପ୍ରସ୍ତାବ ଦିଆଯାଇଥିଲା। ୨୦୨୧ ରେ ଅନୁଷ୍ଠିତ ହେବାକୁ ଥିବା ଜନଗଣନାର ପ୍ରଥମ ପର୍ଯ୍ୟାୟ ପାଇଁ ସମସ୍ତ ପ୍ରସ୍ତୁତି ସମାପ୍ତ ହୋଇଥିଲା ଏବଂ ଏପ୍ରିଲ୍ ୧, ୨୦୨୦ ରୁ କିଛି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ କ୍ଷେତ୍ର ସ୍ତରରେ କାର୍ଯ୍ୟ ଆରମ୍ଭ ହେବାର ଯୋଜନା ଥିଲା। ତେବେ ସାରା ଦେଶରେ କୋଭିଡ-୧୯ ମହାମାରୀ ବ୍ୟାପିବା କାରଣରୁ ଜନଗଣନା କାର୍ଯ୍ୟକୁ ସ୍ଥଗିତ ରଖାଯାଇଥିଲା।

Govt

Comments are closed.