କେମେନ୍‌ ବିରିୟାନି

୨କପ ବିରିୟାନି ଚାଉଳ, ଅଧାକେଜି ଚିଙ୍ଗୁଡି,୨ଚାମଚ ଅଦା ରସୁଣ ପେଷ୍ଟ, ଏକ କପ କଟା ପିଆଜ, ୨ଟି ତେଜପତ୍ର, ୫ଟି ଲବଙ୍ଗ, ଅଳେଇଚ, ଗୁଜୁରାତି ଓ ଖଣ୍ଡେ ଡାଲଚିନି, ଏକ ଚାମଚ ଲେମ୍ବୁ ରସ, ୪ଚାମଚ ଘିଅ, ୨ଚାମଚ ବିରିୟାନି ମସଲା, ଏକ ଚାମଚ ଧନିଆ ପାଉଡର, ଏକ ଚାମଚ ଲଙ୍କା ଗୁଣ୍ଡ, ଏକ ଚାମଚ ହଳଦୀ, କଟା ଧନିଆ ଓ ପୋଦିନା ପତ୍ର ।

ପ୍ରଣାଳୀ – ପ୍ରଥମେ ଚିଙ୍ଗୁଡିକୁ ଅଳ୍ପ ଅଦାରସୁଣ ପେଷ୍ଟ, ଧନିଆ ଗୁଣ୍ଡ, ଲଙ୍କାଗୁଣ୍ଡ, ହଳଦୀ, ଲୁଣ, ଲେମ୍ବୁରସ ଗୋଳାନ୍ତୁ । ସେହି ସମୟରେ ବିରିୟାନି ଚାଉଳକୁ ମଧ୍ୟ ଭିଜାଇ ରଖନ୍ତୁ । ଗୋଟିଏ ପ୍ୟାନରେ ମ୍ୟାରିନେଟ୍‌ ହୋଇ ରହିଥିବା ଚିଙ୍ଗୁଡିକୁ ଭାଜି ନିଅନ୍ତୁ । ତାପରେ ଏହି ପ୍ୟାନରେ ପିଆଜକୁ ଗୋଲେïନ୍‌ ହେବା ଯାଏଁ ଭାଜନ୍ତୁ । ଭାଜିବା ପରେ ଏଥିରେ ସମସ୍ତ ଗୁଣ୍ଡ ଓ ବଟା ମସଲା ପକାଇ ଗୋଳାନ୍ତୁ । ମସଲା କଷି ହେବା ପରେ ଏଥିରେ ଅଳ୍ପ ପାଣିଦେଇ ଭାଜନ୍ତୁ ଏବଂ ଭଜା ଚିଙ୍ଗୁଡି ପକାନ୍ତୁ ।

ଏହାକୁ ଟିକେ ଫୁଟିବାକୁ ଛାଡନ୍ତୁ । ଅନ୍ୟ ଏକ ପ୍ୟାନରେ ଘିଅ ଗରମ କରି ସେଥିରେ ସମସ୍ତ ଗୋଟା ମସଲା ପକାନ୍ତୁ । ଅଳ୍ପ ସମୟ ପରେ ଏଥିରେ ବଳକା ପିଆଜ ପକାଇ ଭାଜନ୍ତୁ । ଏହାପରେ ଏଥିରେ ପୂର୍ବରୁ ବତୁରା ହୋଇଥିବା ଚାଉଳକୁ ପକାଇଭାଜନ୍ତୁ । ତାପରେ ପାଣି ଦେଇ ଭାତକୁ ୮୦ ପ୍ରତିଶତ ରାନ୍ଧନ୍ତୁ । ଶେଷରେ ଚିଙ୍ଗୁଡି ତରକାରି ଓ ଭାତକୁ ଲେୟାର ଦେଇ ଗୋଟିଏ ପାତ୍ରରେ ସଜାନ୍ତୁ । ତାପରେ ଏହାକୁ ଏକ ଟାଇଟ୍‌ ଢାଙ୍କୁଣି ଦେଇ ଅଳ୍ପ ସମୟ ପାଇଁ ସିମ୍‌ରେ ବସାନ୍ତୁ । ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା କେମେନ୍‌ ବିରିୟାନି । ସଜାଇବା ପାଇଁ ଧନିଆ ପତ୍ର, କାଜୁ, ଖିସ୍‌ମିସ୍‌ ଆଦି ବ୍ୟବହାର କରିପାରିବେ ।

Comments are closed.