ଭୁବନେଶ୍ୱର : ଆସନ୍ତାବର୍ଷ ଫେବ୍ରୁଆରୀ ୧୭ରୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ର ଦଶମ ଓ ଦ୍ୱାଦଶ (ଯୁକ୍ତଦୁଇ) ବୋର୍ଡ ପରୀକ୍ଷା ହେବ । ଏନେଇ ବୁଧବାର ସିବିଏସ୍ଇ ପକ୍ଷରୁ ସୂଚନା ଜାରି ହୋଇଛି । ଫେବ୍ରୁଆରୀ ୧୭ରୁ ପରୀକ୍ଷା ଆରମ୍ଭ ହୋଇ ଜୁଲାଇ ୧୫ ପର୍ଯ୍ୟନ୍ତ ଚାଲିବ ।
ଦଶମ ପରୀକ୍ଷା ଦୁଇଥର ହେବ । ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଫେବ୍ରୁଆରୀ ୧୭ରୁ ମାର୍ଚ୍ଚ ୯ ପର୍ଯ୍ୟନ୍ତ ଚାଲିବ । ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ମେ ୧୫ରୁ ଜୁନ୍ ୧ ପର୍ଯ୍ୟନ୍ତ ଚାଲିବ । ଯୁକ୍ତଦୁଇ ପରୀକ୍ଷା ଫେବ୍ରୁଆରୀ ୧୭ରୁ ଆରମ୍ଭ ହୋଇ ଏପ୍ରିଲ ୯ରେ ସରିବ । ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀର ୨୦୪ଟି ବିଷୟରେ ପ୍ରାୟ ୪୫ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ବୋଲି ଜଣାପଡିଛି ।

Comments are closed.