ଭୁବନେଶ୍ୱର : ନବମ ଶ୍ରେଣୀ ପରୀକ୍ଷା ଢାଞ୍ଚାରେ କରାଯିବ ପରିବର୍ତ୍ତନ । ସିବିଏସଇ ବୋର୍ଡ ପରିଚାଳିତ ସ୍କୁଲ ଗୁଡିକରେ ବହି ଦେଖି ପରୀକ୍ଷା ଦେବେ ନବମ ଶ୍ରେଣୀ ପରୀକ୍ଷାର୍ଥୀ । ୨୦୨୬-୨୭ ଶିକ୍ଷାବର୍ଷରୁ ଏହାକୁ ପାଇଲଟ୍ ପ୍ରୋଜେକ୍ଟ ଭାବରେ କାର୍ଯ୍ୟକାରୀ କରାଯିବ । ଜୁନ୍ ମାସରେ ହୋଇଥିବା ବୈଠକରେ ଏପରି ନିଷ୍ପତ୍ତିକୁ ଅନୁମୋଦନ ଦେଇଛି ସିବିଏସ୍ଇ ।
ଜୁନ୍ ମାସରେ ସିବିଏସ୍ଇର ବୈଠକରେ ନବମ ଶ୍ରେଣୀ ପରୀକ୍ଷାରେ ଇଣ୍ଟିଗ୍ରେଟିଂ ଓପନ୍ ବୁକ୍ ଆସେସ୍ମେଣ୍ଟ ନେଇ ଆଲୋଚନା ହୋଇଥିଲା । ଯେଉଁଥିରେ ପିଲାମାନେ ଭାଷା, ଗଣିତ, ବିଜ୍ଞାନ ଓ ସାମାଜିକ ବିଜ୍ଞାନ ବିଷୟ ପାଠ୍ୟପୁସ୍ତକ ଦେଖି ପରୀକ୍ଷା ଦେବେ । ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ ଏହାକୁ ସିବିଏସ୍ଇ ଗଭର୍ଣ୍ଣିଂ ବଡି ଅନୁମୋଦନ ଦେଇଛି । ଜାତୀୟ ଶିକ୍ଷା ନୀତି ୨୦୨୦ ଆଧାରରେ ପ୍ରସ୍ତୁତ ନ୍ୟାସନାଲ୍ କରିକୁଲମ ଫ୍ରେମ୍ୱାର୍କ ଫର ସ୍କୁଲ ଏଜୁକେସନ (ଏନ୍ସିଏଫ୍ଏସ୍ଇ)କୁ ଗୁରୁତ୍ୱ ଦେଇ ଏପରି ପଦକ୍ଷେପ ନିଆଯାଇଛି । ପିଲା ପରୀକ୍ଷା ଦେବା ସମୟରେ ପାଠ୍ୟପୁସ୍ତକ, କ୍ଲାସ ନୋଟ୍, ଲାଇବ୍ରେରୀ ମ୍ୟାଟେରିଆଲ୍କୁ ବ୍ୟବହାର କରିବାକୁ ସୁଯୋଗ ପ୍ରଦାନ କରାଯିବ ।
ସୂଚନାନୁସାରେ,୨୦୧୪ ମସିହାରେ ନବମ ଶ୍ରେଣୀର ଏହାକୁ କାର୍ଯ୍ୟକାରୀ କରାଯାଇଥିଲା । ଯେଉଁଥିରେ ହିନ୍ଦୀ, ଇଂରାଜୀ, ଗଣିତ, ବିଜ୍ଞାନ, ସାମାଜିକ ବିଜ୍ଞାନକୁ ବିଷୟକୁ ନେଇ ହୋଇଥିଲା । ଏହାପରେ ଏକାଦଶ ଶ୍ରେଣୀରେ ମଧ୍ୟ କାର୍ଯ୍ୟକାରୀ କରାଯାଇଥିଲା । କିନ୍ତୁ ୨୦୧୭-୧୮ ମସିହାରେ ବନ୍ଦ କରି ଦିଆଯାଇଥିଲା ।
