ଭୁବନେଶ୍ୱର : CBI ରେ ହାଜର ହେଲେ ବ୍ରିଜ ଆଣ୍ଡ ରୂଫ କମ୍ପାନୀର ଜିଏମ ଭୁପେନ୍ଦ୍ର ସିଂ ଇ ମାର୍ସିଡିସ କାରରୁ ୧୦ ଲକ୍ଷ ଟଙ୍କା ମିଳିବା ନେଇ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ଚିଠି ଲେଖି ଅଡୁଆରେ ପଡିଛନ୍ତି ଭୂପେନ୍ଦ୍ର ସିଂ I ଏହି ଚିଠି ପଛର କାରଣ ଖୋଜୁଛି ସିବିଆଇ। ମଙ୍ଗଳବାର ସକାଳେ ବ୍ରିଜ୍ ଆଣ୍ଡ୍ ରୁଫ୍ କମ୍ପାନୀ (ଇଣ୍ଡିଆ) ଲିମିଟେଡ୍ର ୩ କର୍ମଚାରୀ ସିବିଆଇରେ ହାଜର ହୋଇଥିଲେ । କିଛି ଗୁରୁତ୍ଵପୂର୍ଣ୍ଣ ଦସ୍ତାବିଜ୍ ନେଇ ପଚରାଉଚରା କରିଛି ସିବିଆଇ । ପୂର୍ବରୁ ଏହି ଘଟଣାରେ ବ୍ରିଜ୍ ଆଣ୍ଡ୍ ରୁଫ୍ କମ୍ପାନୀ (ଇଣ୍ଡିଆ) ଲିମିଟେଡ୍ର ଜିଜିଏମ୍ ଚଞ୍ଚଲ ମୁଖାର୍ଜୀ, ଆଦିତ୍ୟଦେବ ଇନ୍ଫ୍ରା କମ୍ପାନୀର ଏମ୍ଡି ଦେବଦତ୍ତ ମହାପାତ୍ର, ଠିକାଦାର ସନ୍ତୋଷ ମହାରଣା ଗିରଫ ହୋଇଛନ୍ତି । ରିମାଣ୍ଡ ସରିବା ପରେ ଜେଲ୍ ଗଲେ ଗିରଫ ୩ ଅଭିଯୁକ୍ତ । ଜାମିନ୍ ଆବେଦନ ସମ୍ପର୍କୀତ ଶୁଣାଣିକୁ ସ୍ଥଗିତ ରଖିଲେ କୋର୍ଟ । ଆସନ୍ତା ୨୮ ତାରିଖରେ ପରବର୍ତ୍ତୀ ଶୁଣାଣି କରାଯିବ ।

Comments are closed.