କଟକ : ତ୍ରିଶୁଳିଆ ବ୍ରିଜ୍ ନିକଟ କାଜିପାଟଣା କାଠଯୋଡ଼ି ପଠାରେ ଫସି ରହିଛନ୍ତି ଗୋରୁ ପଲ। ପାଖାପାଖି ୨୦ରୁ ଉର୍ଦ୍ଧ ଗୋରୁ ଫସିରହିଥିବା ଅନୁମାନ କରାଯାଉଛି। ଗତକାଲି ପଠାକୁ ଗୋରୁ ଚରିବା ପାଇଁ ଯାଇଥିବା ବେଳେ ହଠାତ୍ ନଦୀ ଜଳସ୍ତର ବଢ଼ିଯାଇଥିଲା। ଚାରିପଟେ ପାଣି ହୋଇଯାଇଥିବାରୁ ଗୋରୁ ଫସି ରହିଛନ୍ତି। ତେବେ ହୀରାକୁଦ ଗେଟ୍ ଖୋଲା ରହିଥିବା ଯୋଗୁଁ ଜଳସ୍ତର ଆହୁରି ବଢିବା ଆଶଙ୍କା ରହିଥିବାରୁ ଗୋରୁ ମାନଙ୍କୁ ତୁରନ୍ତ ଉଦ୍ଧାର କରାଯିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା। ବର୍ତ୍ତମାନ ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଯଥାଶୀଘ୍ର ସମସ୍ତ ଗୋରୁମାନଙ୍କୁ ଉଦ୍ଧାର କରାଯିବ ବୋଲି ସୂଚନା ମିଳିଛି। ଏଖବର ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।।
