ଭୁବନେଶ୍ଵର: ଅଟୋ ଭିତରେ ଯୁବତୀଙ୍କୁ ଅସଦାଚରଣ ମାମଲା । ୧୫ ଘଣ୍ଟା ଭିତରେ ଧରାପଡିଲା ମୁଖ୍ୟ ଅଭିଯୁକ୍ତ । ଧଉଳି ଇତିପୁର ଅଞ୍ଚଳରୁ ଅଭିଯୁକ୍ତ ଯୁବକ ଜଣକ ଧରା ପଡ଼ିଛନ୍ତି । ଗିରଫ ଯୁବକ ନିରଞ୍ଜନ ଭୋଇଙ୍କ ଘର ବାଲିପାଟଣା ଅଞ୍ଚଳରେ ହୋଇଥିବା ବେଳେ ସେ ନୂଆଗାଁରେ ରହୁଥିଲେ । ଗତ ସୋମବାର ସନ୍ଧ୍ୟାରେ ସେ ଭୁବନେଶ୍ୱର ଗ୍ୟାରେଜ ଛକ ଅଞ୍ଚଳରେ ଏକ ଚଳନ୍ତା ଅଟୋରେ ଜଣେ ଯୁବତୀଙ୍କ ସହ ଅସଦାଚରଣ କରିବା ସହ ତଳେ ପକାଇ ନିସ୍ତୁକ ମାଡ଼ ମାରିଥିଲା ବୋଲି ବଡ଼ଗଡ଼ ଥାନାରେ ଅଭିଯୋଗ ହୋଇଥିଲା ।
ଅଭିଯୋଗ ଅନୁସାରେ,ଗତ ସୋମବାର ସନ୍ଧ୍ୟାରେ କଳ୍ପନାରୁ ଏକ ଅଟୋରେ ଅଭିଯୁକ୍ତ ଯୁବକ ନିରଞ୍ଜନ ଭୋଇ ଚଢ଼ିଥିଲେ । ସେହି ଅଟୋରେ ପୂର୍ବରୁ ଜଣେ ଯୁବତୀ ବସିଥିଲେ । ତେବେ ନିରଞ୍ଜନ ଅଟୋରେ ବସିଥିବାବେଳେ ଯୁବତୀଙ୍କ ଉପରେ ବାରମ୍ବାର ହାତ ବଜେଇଥିଲେ । ଏନେଇ ଯୁବତୀ ପ୍ରତିବାଦ କରିବା ପରେ ନିରଞ୍ଜନ ଅଟୋରୁ ଓହ୍ଲାଇ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ ।
ଏହି ସମୟରେ ଅଟୋ ଡ୍ରାଇଭର୍ ଗାଡ଼ି ସାଇଡ୍ କରି ପିସିଆର୍କୁ ଡାକିବା ସମୟରେ ଯୁବତୀଙ୍କୁ ଭିଡ଼ି ଆଣି ରାସ୍ତା ଉପରେ ତଳେ ପକାଇ ମାଡ଼ ମାରିଥିଲେ । ଏନେଇ ଯୁବତୀ ବଡ଼ଗଡ଼ ଥାନାରେ ଅଭିଯୋଗ କରିବାର ୧୫ ଘଣ୍ଟାରେ ଅଭିଯୁକ୍ତକୁ କାବୁ କରିଛି ପୋଲିସ । ସିସିଟିଭି ଫୁଟେଜ୍କୁ ଆଧାର କରି ବଡ଼ଗଡ଼ ଥାନା ଅଧିକାରୀଙ୍କ ସମେତ ଗୋଟିଏ ଟିମ୍ର ରେଡ୍ ବେଳେ ଅଭିଯୁକ୍ତ ଧଉଳିରୁ ଧରାପଡ଼ିଛି ।

Comments are closed.