ବିଜେଡି ନେତା ପ୍ରୀତିରଞ୍ଜନ ଘଡ଼େଇଙ୍କ ନାଁରେ ମାମଲା

0

ଯାଜପୁର : ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ପ୍ରୀତିରଞ୍ଜନ ଘଡ଼େଇଙ୍କ ନାଁରେ ମାମଲା । ପୁଲିସ ଓ ସରକାରୀ ଅଧିକାରୀଙ୍କୁ ଗାଳିଗୁଲଜ କରିବା,ଗାଡି ଜାଳି ଦେବା ପାଇଁ ଧମକ ଦେବା, ରାସ୍ତାରୋକ କରିବା ଏବଂ ଆଇନଶୃଙ୍ଖଳା ବିଗାଡ଼ିବା ପାଇଁ ଲୋକଙ୍କୁ ଉସକାଇବା ଅଭିଯୋଗରେ ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ (ଡାନି)ଙ୍କ ସମେତ ୭ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି ।

ସୂଚନାନୁସାରେ,ସୋମବାର ଅପରାହ୍ନରେ ଯାଜପୁର ଜିଲ୍ଲା ଦାନଗଦୀ-ଡୁବୁରି ରାସ୍ତାର ସିଆରିଆ ମସଜିଦ ନିକଟରେ ଏକ ବାଇକ୍‌କୁ ବସ୍ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ସୁକିନ୍ଦା ଥାନା ଅଧୀନ ବନ୍ଧଗାଁ ପଞ୍ଚାୟତ ନଟିସାହିର ଅଭିମନୁ ମହାନ୍ତଙ୍କ ମୃତ୍ୟୁ ଘଟିଥିବାବେଳେ ସୁକିନ୍ଦା ଥାନା ରଙ୍କିଆ ଗାଁର ଲକ୍ଷ୍ମୀଧର ମହାକୁଡ଼ ଆହତ ହୋଇଥିଲେ । ଉଭୟ ଶିଳ୍ପାଞ୍ଚଳର ଏକ ଘରୋଇ କାରଖାନାକୁ କାର୍ଯ୍ୟ କରିବାକୁ କରୁଥିଲେ । ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ଯାଜପୁର ରୋଡ, ଡ଼ୁବୁରୀ ରାସ୍ତା ଅବରୋଧ କରିଥିଲେ ଲୋକେ । ଯେଉଁଥିରେ ସୁକିନ୍ଦାର ପୂର୍ବତନ ବିଧାୟକ ପ୍ରୀତିରଞ୍ଜନ ଘଡାଇ ମଧ୍ୟ ଉପସ୍ଥିତ ଥିଲେ । ଏହି ସମୟରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା । ।
ଏହି ସମୟରେ ପ୍ରିତିରଞ୍ଜନ ପୋଲିସ ଓ ସରକାରୀ ଅଧିକାରୀଙ୍କୁ ଗାଳିଗୁଲଜ କରିବା, ଗାଡ଼ି ଜ‌ଳାଇଦେବା ପାଇଁ ଧମକ ଦେବା, ରାସ୍ତାରୋକ କରିବା ଏବଂ ଆଇନଶୃଙ୍ଖଳା ବିଗାଡ଼ିବା ପାଇଁ ଲୋକଙ୍କୁ ଉସକାଇବା ଅଭିଯୋଗରେ ୭ଜଣଙ୍କ ନାମରେ ମାମଲା ରୁଜୁ କରିଥିଲା କଳିଙ୍ଗ ନଗର ଥାନା ପୋଲିସ

Leave A Reply

Your email address will not be published.