ଟୁଙ୍ଗୁରୁଙ୍କ ପ୍ରେମ ଫାର୍ସରେ ତାତିଲେ ଲୋକେ: ଥାନାରେ ଦେଲେ ଏତଲା

ନିଶ୍ଚିନ୍ତକୋଇଲି: ଜୁନ ୨୯: ଟୁଙ୍ଗୁରୁ-ବର୍ଷାଙ୍କ ପ୍ରେମ ନାଟକ ସାମଜ ଉପରେ କୁ-ପ୍ରଭାବ ପକାଉଛି ବୋଲି ଥାନାରେ ଅଭିଯୋଗ କଲେ ଲୋକେ । ଏବେ ସୋସିଆଲ ମିଡିଆରେ ହିରୋ ହିରୋଇନ ପାଲଟିଥିବା ଟୁଙ୍ଗୁରୁ ଓରଫ ଆଲୋକ ଭୋଳ ଓ ବର୍ଷାଙ୍କ ବିରୋଧରେ ଥାନାକୁ ଗଲେ ଲୋକେ । ଏସବୁ ନାଟକ ଓ ପ୍ରହସନକୁ ବନ୍ଦ କରିବା ପାଇଁ ଏକ ସାମାଜିକ ସଂଗଠନ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି । ବିଶ୍ୱାସ ନାମକ ଏକ ସାମାଜିକ ସଂଗଠନର ସଦସ୍ୟମାନେ ମଙ୍ଗଳବାର କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅଧିକାରୀଙ୍କୁ ଏ ନେଇ ଏକ ଲିଖିତ ଏତଲା ଦେଇଛନ୍ତି । ସୋସିଆଲ ମିଡିଆରେ ଏହି ଖବରକୁ ଯେଭଳି ଭାବେ ଦର୍ଶାଯାଉଛି ତାହା ସମାଜ ଉପରେ ଖରାପ ପ୍ରଭାବ ପକାଉଛି ବୋଲି ଏହି ଏତଲାରେ ଦର୍ଶାଯାଇଛି । ଏହାଛଡ଼ା ଏହି ଘଟଣା ପରଠାରୁ ବିଶେଷ କରି ଗ୍ରାମାଞ୍ଚଳରେ ଝିଅ, ବୋହୂମାନେ କେହି ଅଟୋରେ ଯିବା ଆସିବା କରିବା ପାଇଁ ସୁରକ୍ଷିତ ମଣୁନାହାନ୍ତି । ଏହି ଘଟଣାକୁ ନେଇ ବାଟରେ ଘାଟରେ ଝିଅ, ବୋହୂମାନଙ୍କୁ କମେଣ୍ଟ କରାଯାଉଥିବାର ଅଭିଯୋଗ କରିଛନ୍ତି ସାମାଜିକ ସଂଗଠନ ।

Govt

Comments are closed.