ଖୋର୍ଦ୍ଧା : ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ପଞ୍ଚୁକୋଟ ଢାବା ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ କାର୍ ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହେବାଫଳରେ ୩ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନଙ୍କର ପରିଚୟ ମିଳିପାରି ନଥିବା ବେଳେ,କାର ର ନମ୍ବର ପ୍ଲେଟ ଗୁଜୁରାଟ ର ବୋଲି ଜଣା ପଡିଛି I ଘଟଣାସ୍ଥଳରେ ବୋଲଗଡ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଖବରନୁସାରେ, କାରଟି ଭୁବନେଶ୍ବରରୁ ନୟାଗଡ ଅଭିମୁଖେ ଯାଉଥିବା ବେଳେ ପଞ୍ଚୁକୋଟ ଗ୍ରାମ ଉପକଣ୍ଠରେ ରାଜପଥ ପାର୍ଶ୍ଵରେ ଥିବା ଏକ ଢାବା ନିକଟରେ ବିପରୀତ ଦିଗରୁ ଆସୁଥିବା ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ କାରରେ ଯାଉଥିବା ତିନିଜଣଙ୍କର ମୃତ୍ୟୁ ଘଟିଛି । ଖବରପାଇ ବୋଲଗଡ ଥାନା ପୁଲିସ ଏବଂ ଅଗ୍ନିଶମ କେନ୍ଦ୍ର କର୍ମଚାରୀ ଦୁର୍ଘଟଣାସ୍ଥଳରେ ଘଟଣା ପହଞ୍ଚି ଦୁର୍ଘଟଣାଗ୍ରସ୍ତ କାରଟିରୁ ତିନିଜଣଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ଜିଲ୍ଳା ହସ୍ପିଟାଲକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଆରମ୍ଭ କରିଛନ୍ତି । ଦୁର୍ଘଟଣାରେ କାରଟିର ସାମ୍ନା ପଟଟି ଭାଙ୍ଗି ଚୁରମାର ହୋଇଯାଇଥିବା ଜଣାପଡିଛି I ପ୍ରାଥମିକ ସୂଚନା ମୁତାବକ କାର ଯାତ୍ରୀ ଗୁଜୁରାଟର ବାସିନ୍ଦାଥିଲେ ଏବଂ ଜଗନ୍ନାଥ ଦର୍ଶନ କରି ଫେରୁଥିବା ଜଣାପଡିଛି । କାର ଭିତରୁ ଜଗନ୍ନାଥଙ୍କ ଭୋଗ ଓ ମୋବାଇଲ ମିଳିଛି। ପୁଲିସ ଦୁର୍ଘଟଣା ଗସ୍ତ ଟ୍ରକ୍କୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛି।

Comments are closed.