ପଞ୍ଜାବ ର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ୧୯ ସେପ୍ଟେମ୍ବର ରେ ବିଜେପିରେ ବିଦ୍ଧିବଦ୍ଧ ଭାବରେ ଯୋଗ ଦେଇଛନ୍ତି I ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବହୁ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି । କେନ୍ଦ୍ର କୃଷିମନ୍ତ୍ରୀ ତଥା ବିଜେପି ନେତା ନରେନ୍ଦ୍ରସିଂ ତୋମର ଓ ଆଇନମନ୍ତ୍ରୀ କିରଣ ରିଜଜୁ ଙ୍କ ଉପସ୍ଥିତିରେ ସେ ବିଜେପିରେ ମିଶିଛନ୍ତି I କ୍ୟାପଟେନ ଙ୍କ ସହିତ ତାଙ୍କର ଅନେକ ସହଯୋଗୀ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି I ଏଥିସହ ନିଜ ନୂଆ ଦଳ ପଞ୍ଜାବ ଲୋକ କଂଗ୍ରେସ (ପିଏଲସି)କୁ ବିଜେପିରେ ବିଲୀନ କରିଛନ୍ତି କ୍ୟାପ୍ଟେନ ।
ଲଣ୍ଡନରୁ ଚିକିତ୍ସିତ ହୋଇ ଫେରିବା ପରେ କ୍ୟାପଟେନ ଅମରିନ୍ଦର ସିଂ ପ୍ରଧାନମନ୍ତ୍ରୀ ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ । କ୍ୟାପଟେନ ଅମରିନ୍ଦର ସିଂ ଙ୍କ ସହିତ କଂଗ୍ରେସ ରପୂର୍ବ ନେତା ତଥା ପଞ୍ଜାବ ବିଧାନସଭାର ପୂର୍ବତନ ଡେପୁଟି ସ୍ପିକର ଅଜିବ ସିଂ ଭଟ୍ଟୀ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । ବିଜେପିରେ ସାମିଲ ହେବାପରେ ଅମରୀନ୍ଦ୍ର ସିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ନିଜର କୃତଜ୍ଞତା ଜଣାଇଛନ୍ତି I
ସୂଚନାନୁସାରେ ଗତ ବର୍ଷ ଅମରିନ୍ଦର ସିଂହ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଦୀର୍ଘ ଦିନ ଧରି ପଞ୍ଚାବ କଂଗ୍ରେସରେ ଦଳୀୟ କନ୍ଦଳ ବଢ଼ିବାରେ ଲାଗିଥିଲା । ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ସଭାପତି ନବଜ୍ୟୋତ ସିଂ ସିଦ୍ଧୁଙ୍କ ସହ ମନୋମାଳିନ୍ୟ ପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଦଳରେ ତାଙ୍କୁ ଅପମାନିତ କରାଯାଇଛି ବୋଲି ସେ ଅଭିଯୋଗ କରି ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଥିଲେ । ତାଙ୍କ ଇସ୍ତଫା ପରେ କଂଗ୍ରେସ ପକ୍ଷରୁ ଚରଣଜିତ ସିଂ ଚନ୍ନିଙ୍କୁ ନୂଆ ମୁଖ୍ୟମନ୍ତ୍ରୀ କରାଯାଇଥିଲା । ସେ କଂଗ୍ରେସରୁ ଅଲଗା ହେବା ପରେ ନିଜସ୍ୱ ଦଳ ଗଠନ କରି ପଞ୍ଜାବ ବିଧାନସଭା ନିର୍ବାଚନ ଲଢ଼ିଥିଲେ। ହେଲେ ସେ କିମ୍ବା ତାଙ୍କ ଦଳର ଜଣେ ହେଲେ ବି ପ୍ରାର୍ଥୀ ନିର୍ବାଚନ ଜିତିବାକୁ ସକ୍ଷମ ହୋଇ ନଥିଲେ। ବିଜେପି ସହ ମେଣ୍ଟ କରି ନିର୍ବାଚନ ଲଢ଼ିଥିବା ଶ୍ରୀ ସିଂହ ସଂପୂର୍ଣ୍ଣ ଭାବେ ପଦ୍ମ ଦଳ ସହ ଲୀନ ହେବେ ବୋଲି ଚର୍ଚ୍ଚା ହୋଇଥିଲା।
Former Punjab CM Capt Amarinder Singh joins BJP; merges his party Punjab Lok Congress (PLC) with BJP pic.twitter.com/nXCINNzNLI
— ANI (@ANI) September 19, 2022
Comments are closed.