ଆନ୍ଦୋଳନରେ କ୍ୟାପିଟାଲ ହସ୍ପିଟାଲ ସଫେଇ କର୍ମଚାରୀ

ଭୁବନେଶ୍ୱର : କ୍ୟାପିଟାଲ ହସପିଟାଲରେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ । ସୋମବାରଠାରୁ ସେମାନେ ଆନ୍ଦୋଳନ ଚଳାଇଛନ୍ତି । ଫଳରେ ଦୁର୍ଗନ୍ଧର ଫାଟି ପଡୁଛି କ୍ୟାପିଟାଲ ହସ୍ପିଟାଲ ପରିସର । ପୂଜା ବୋନସ ସହ ୨୬ ଦିନ ବଦଳରେ ୩୦ ଦିନର ଦରମା ଦାବି କରି ଆନ୍ଦୋଳନ ଚଳାଇଛନ୍ତି ୩ ଶହ ସଫେଇ କର୍ମଚାରୀ ।

କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସେମାନେ ଧାରଣା ଦେଇଛନ୍ତି। ଫଳରେ ହସ୍ପିଟାଲର ସଫେଇ କାମ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। କାଜୁଆଲଟିରୁ ଏମର୍ଜେନେସି ବିଭାଗ ସବୁଠି ପଡ଼ି ରହିଛି ଅଳିଆ ଆବର୍ଜନା। ଗତକାଲି ଠାରୁ ସଫେଇ କର୍ମଚାରୀ ଧାରଣାରେ ବସିଥିବା ବେଳେ ହସ୍ପିଟାଲ ଭିତର ପରିବେଶ ଅବସ୍ଥା ନ କହିବା ଭଲ। ସେପଟେ ହନ୍ତସନ୍ତ ହେଉଛନ୍ତି ରୋଗୀ। ଏଭଳି ଅପ୍ରୀତିକର ପରିସ୍ଥିତିକୁ ନେଇ ସଫେଇ କର୍ମଚାରୀଙ୍କୁ କାର୍ଯ୍ୟରେ ଲଗାଇଥିବା କିଓସ କର୍ପୋରେସନ ଏଜେନ୍ସିକୁ ଚିଠି ଲେଖିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକ ।

Launching Ceremony of “AYUSHMAN BHARAT

Comments are closed.