ଝାରସୁଗୁଡା: ଝାରସୁଗୁଡା ଜିଲ୍ଳାରେ ଶିଳ୍ପାୟନକୁ ନେଇ ପରିବେଶ ଦୂଷିତ ହୋଇଛି । ଜିଲ୍ଲାର ବାୟୁମଣ୍ଡଳ, ମାଟି, ପାଣି ପବନ ସବୁ ଦୂଷିତ ହୋଇଛି । ଏପରି ଏକ ପରିବେଶ ସୃଷ୍ଟି ହୋଇଛି ଯାହାକି ମଣିଷ ବସବାସ କରିବାକୁ ଦୁର୍ବିସହ ହୋଇପଡ଼ିଛି । ଯାହା କି ଝାରସୁଗୁଡା ଜିଲ୍ଳା ଭାରତ ବର୍ଷ ରେ ୬ନମ୍ବର କ୍ୟାନସର ରୋଗୀ ସଂଖ୍ୟା ହିସାବରେ ପରିଗଣିତ ହୋଇଥିବା ନିକଟରେ ଭାରତୀୟ ସର୍ଭେରୁ ଜଣାପଡ଼ିଛି । ଆମ ପ୍ରଶାସନ ଓ ନେତା ଶିଳ୍ପ ସ୍ଥାପନ ନାମରେ ଅଳ୍ପ ସମୟ ମଧ୍ୟରେ ପ୍ରଚୁର ଅର୍ଥ ରୋଜଗାର କରିବାର ମନୋଭାବ ହିଁ ପ୍ରଦୂଷଣ ର କାରଣ ହୋଇଛି । ଜଙ୍ଗଲ ଓ ଗଛଲତା ଧ୍ୱଂସ । ଗଛ ଅଙ୍ଗାରକାମ୍ଳ ନେଇ ଅମ୍ଳଜାନ ଛାଡେ । ମଣିଷ ଓ ପ୍ରାଣୀମାନେ ଅମ୍ଳଜାନ ଗ୍ରହଣ କରି ଅଙ୍ଗାରକାମ୍ଲ ଛାଡନ୍ତି । ଜଙ୍ଗଲ ଓ ଗଛଲତା ଧ୍ୱଂସ ହୋଇ ଯିବାରୁ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ କ୍ରମେ ଅଧିକା ହୋଇଯାଉଛି । ଯବକ୍ଷାରଜାନ ମଧ୍ୟ ବୃଦ୍ଧି ଲାଭ କରୁଛି । ପୁନଶ୍ଚ ନାନାବିଧ ଶିଳ୍ପ-ପ୍ରତିଷ୍ଠା ଫଳ ରେ ବାୟୁ ମଣ୍ଡଳରେ ଅଙ୍ଗାରକାମ୍ଲ କ୍ରମେ ଅଧିକା ହେଉଛି । ଝାରସୁଗୁଡା ଜିଲ୍ଳାର ସୀମାରେ ଥିବା ଭୂଷଣ କମ୍ପାନୀ ଯାହା କି ବର୍ତମାନ ଜିନ୍ଦଲ କମ୍ପାନୀ ଦ୍ୱାରା ପରିଚାଳିତ ହେଉଛି । ଏହି ଶିଳ୍ପ ସଂସ୍ଥା ସମ୍ବଲପୁର ଜିଲ୍ଳାରେ ରହିଥିଲେ ମଧ୍ୟ ଏହାର ନିକଟରେ ଥିବା ଝାରସୁଗୁଡା ଜିଲ୍ଳାର ସୀମାରେ ଥିବା ଗ୍ରାମଗୁଡିକ ଯଥା ଶ୍ରୀପୁରା ,ସୁନାମାଲ, ଖେରୁଆଲ ଶିଲ¬ ସଂସ୍ଥାରୁ ଏବଂ ଏହି ଅଞ୍ଚଳରୁ ଯାନ ବାହାନରୁ ନିର୍ଗତ ବିକୃତ ଗନ୍ଧ ଯୁକ୍ତ ବାଷ୍ପ ର ଆକ୍ଳାନ୍ତରେ ସାରା ଅଞ୍ଚଳର ବାୟୁ ମଣ୍ଡଳର ପ୍ରଚଣ୍ଡ ଭାବରେ ଆଜି ପ୍ରଦୃଷଣ ଶିକ୍ତ ଶିଳ୍ପ କାରଖାନାରୁ ଅଳିଆ ଆବର୍ଜନା ଜଳ ସଙ୍ଗେ ମିଶି ଯେଉଁ ପ୍ରଦୃଷଣ ସଂଙ୍ଗଟ ସୃଷ୍ଟି ହୋଇ ତାହା ସେହି ଅଞ୍ଚଳବାସୀ ଭୋଗ କରୁଛନ୍ତି । ଶିଳ୍ପ ଖଣି ନିର୍ମାଣ ପାଇଁ ସେହି ଅଞ୍ଚଳରୁ ଗଛକଟା ହୋଇଛି ।
ଝାରସୁଗୁଡା ଏବଂ ସମ୍ବଲପୁର ଜିଲ୍ଳାରେ ଏନ୍.ଏଲ.ସି ୩୨୦୦ ମେଗାଓ୍ୟାଟ ର ପାଓ୍ୟାର ପ୍ଳାଣ୍ଟ ଓ ୧୫୧୧ ଏକର ଜମି ଉପରେ କୋଇଲା ଖାଦାନ କରୁଛି । ୧୨୦୦ ମେଗାୱାଟର ଏଠାରୁ ତାମିଲନାଡୁ ,ପଣ୍ଡିଚେରି ଓ କେରଳ ଯିବ । ଝାରସୁଗୁଡା ଏବଂ ସମ୍ବଲପୁର ଜିଲ୍ଳାର ଜନସାଧାରଣ ପ୍ରଦୂଷଣର ଶିକାର ହେବେ । ସେହିପରି ବେଦାନ୍ତ ୨୪୦୦ମେଗାୱାଟ ର ପାଓ୍ୟାର ପାଣ୍ଟ, ଓ.ପି.ଜି.ସି.୧୭୦୦ ମେଗାୱାଟର ପାୱାର ଉପିାଦନ କରିବ । ଆଦିତ୍ୟ ବିଲ୍ଳାର ଆଦିତ୍ୟ ଆଲମୋନିୟମ ୯୦୦ ମେଗାୱାଟର ପାୱାର,ହୀରାକୁଦ ୪୬୭.୫ ମେଗାଓ୍ୟାଟ ର ପାଓ୍ୟାର,ଭୂଷଣ ୫୦୬ ମେଗାୱାଟର ପାୱର,ଶ୍ୟାମ ଡିଆରଆଇ ୧୨୭ ମେଗାୱାଟ ର ପାୱାର ଉପିାଦନ ଆନୁମାନିକ ଉଭୟ ଜିଲ୍ଳାରେ ହେଉଛି । ପରିବେଶବିତ୍ ମାନେ ମଧ୍ୟ ଝାରସୁଗୁଡା ପରିବେଶକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି । ଯଦି ପରିବେଶ ପ୍ରତି ଦୃଷ୍ଟି ଦିଆ ନଯାଏ ଝାରସୁଗୁଡାର ଭବିଷ୍ୟତ ଅନ୍ଧକାର ହୋଇଯିବ । ବାୟୁ ମଣ୍ଡଳରେ ଗ୍ରିନହାଉସ ଗ୍ୟାସ ବହୁତ ମାତ୍ରାରେ ବଢିଯିବ । ଯାହାଦ୍ୱାରା ତାପମାତ୍ରା ଝାରସୁଗୁଡା ଅଞ୍ଚଳରେ ବଢିବ ।
ଜଣେ ପରିବେଶକର୍ମି କହିଛନ୍ତିି ଯେ, ଝାରସୁଗୁଡା ଜିଲ୍ଳାରେ ପ୍ରଦୂଷଣର ମାତ୍ରା ନ୍ୟାସନାଲ ଆମ୍ବିଏଣ୍ଟ ଏୟାର କ ୍ୱ୍ୟାଲିଟି ମାନଦଣ୍ଡ,ଶ୍ୱାସ ପ୍ରଶ୍ୱାସ ରେ ନେଉଥିବା ବାୟୁର ଧୂଳିକଣାର ମାତ୍ରା୯୦ଭାଗ ଅଟେ । କି;ୁ ୬୦ ଭାଗ ରହିବା କଥା । ଝାରସୁଗୁଡା ଜିଲ୍ଳାରେ ବିଦ୍ୟୁତ ଶକ୍ତିର ଉତ୍ପାଦନ ପାଇଁ ବ୍ୟବହାର ହେଉଥିବା କୋଇଲା ରେ ୩୪ଭାଗରୁ ଅଧିକା ପାଉଁଶ ରହୁଛି । ଏହିକୋଇଲା ପାୱାର ପାଣ୍ଟରେ ଜଳିବା ପରେ ବର୍ଜ୍ୟବସ୍ତୁ ହିସାବରେ ବହୁମାତ୍ରାରେ ପାଉଁଶ ନିର୍ଗତ ହେଉଛି । ଉଦାହରଣ ସ୍ୱରୂପ କାରଖାନାରେ ଲାଗିଥିବା ଇଏସପି ଯାହାକି ପାଉଁଶକୁ ସଂଗ୍ରହ କରିଥାଏ । କି;ୁ ଇଏସପି ସଠିକ ଭାବରେ ୨୪ଘଣ୍ଟା କାମ ନକରିବା କିମ୍ବା ଯାନ୍ତ୍ରିକ ତୃଟି ଯୋଗୁ ସାମୟିକ ସମୟ ପାଇଁ ଅତିରୁ ଅତି ମାତ୍ରାରେ ପାଉଁଶ ନିର୍ଗତ ଚିମିନି ଦ୍ୱାରା ହୋଇଥାଏ । ଏପର୍ଯ୍ୟନ୍ତ ଏହି ସାମୟିକ ସମୟ ପାଇଁ ନିର୍ଗତ ହୋଇଥିବା ପାଉଁଶକୁ ନିୟନ୍ତ୍ରଣ କରିବାପାଇଁ କୌଣସି ଯାନ୍ତ୍ରୀକ ବ୍ୟବସ୍ଥା କରାଯାଇ ନାହିଁ । ଏଣୁ ବୁଦ୍ଧିଜିବୀ ମାନେ ଏଥିପ୍ରତି ଗଭୀର ଚିନ୍ତା କରିବା ଉଚିତ । ନଚେତ ଆଗାମ ପିଢ଼ୀ ପାଇଁ ଭାବିବାକୁ ସମୟ ରହିବ ନାହିଁ ।

Comments are closed.