କର୍କଟ ରୋଗକୁ ଭଲ କରିବ ଭୂତାଣୁ

ଆମେରିକା: ମଇ ୨୫: କରୋନା ପରେ ଭୂତାଣୁକୁ ନେଇ ସମସ୍ତେ ପ୍ରାୟ ବିଶେଷ ଡରି ଯାଇଛନ୍ତି । ଉପରେ କର୍କଟ ରୋଗର ନାଁ ସମସ୍ତଙ୍କ ପାଇଁ ଗୋଟିଏ ଚିନ୍ତାର କାରଣ । କାରଣ କର୍କଟ ରୋଗର କୌଣସି ଶତ ପ୍ରତିଶତ ସଫଳ ଚିକିତ୍ସା ପଦ୍ଧତି ବାହାରିନାହିଁ । ହେଲେ ଏଣିକି କର୍କଟ ରୋଗୀଙ୍କୁ ନୂଆ ଜୀବନ ଦେଇପାରେ ଏକ ଭୂତାଣୁ । ଏହା ଆପଣଙ୍କୁ ଅଜବ ଲାଗିଲେ ବି ସତ । ଗୋଟିଏ ଭୂତାଣୁ କ୍ୟାନ୍ସର ଚିକିତ୍ସା କ୍ଷେତ୍ରରେ ଯୁଗାନ୍ତକାରୀ ସାବ୍ୟସ୍ତ ହୋଇପାରେ ବୋଲି ଆଶା କରାଯାଉଛି । ଜୀବଜ;ୁଙ୍କ କ୍ଷେତ୍ରରେ ଉପାଦେୟ ସାବ୍ୟସ୍ତ ହେବା ପରେ ଏହାର ମାନବ ପରୀକ୍ଷଣ ଆରମ୍ଭ ହୋଇଛି । ଙ୍କୋଲିଟିକ୍‌ ଭାଇରସ୍‌ ଓରଫ୍‌ ଭ୍ୟାକ୍ସିନିଆ କର୍କଟ ଆକ୍ରାନ୍ତ ଜୀବକୋଷକୁ ନଷ୍ଟ କରିବାରେ ସକ୍ଷମ ବୋଲି ଜଣାପଡ଼ିଛି । ପ୍ରଥମ ଥର ପାଇଁ ମଣିଷ ଶରୀରରେ ଏହି ଭୂତାଣୁକୁ ପ୍ରୟୋଗ କରାଯାଇଛି । ଏହି ଭୂତାଣୁକୁ ପ୍ରଥମ ପର୍ଯ୍ୟାୟରେ ଆମେରିକା ଓ ଅଷ୍ଟ୍ରେଲିଆର ୧୦ଟି ସ୍ଥାନରେ ୧୦୦ ଜଣ କର୍କଟ ଆକ୍ରାନ୍ତଙ୍କ ଶରୀରରେ କ୍ଲିନିକାଲ୍‌ ଟ୍ରାଏଲ୍‌ କରାଯିବ । ଏହା ୨ ବର୍ଷ ଧରି ଚାଲିବ । ପ୍ରାରମ୍ଭିକ ପରୀକ୍ଷଣରେ ଅଳ୍ପ ଡୋଜ୍‌ ଭୂତାଣୁକୁ ଶରୀରରେ କିମ୍ବା ସିଧାସଳଖ ଟ୍ୟୁମରରେ ଇଞ୍ଜେକ୍ସନ ଆକାରରେ ଦିଆଯିବ । ଏହା ସୁରକ୍ଷିତ ପ୍ରମାଣିତ ହେଲେ ଡୋଜ୍‌ ମାତ୍ରା ବଢ଼ିବ ବୋଲି ସୂଚନା ମିଳିଛି । ମଣିଷ ଶରୀରରେ ପ୍ରୟୋଗ ପୂର୍ବରୁ ଏହା ଜୀବଜ;ୁଙ୍କ ଠାରେ ଉପାଦେୟ ସାବ୍ୟସ୍ତ ହୋଇଥିଲା । ଜୀବଜ;ୁଙ୍କ ଶରୀରରେ ପ୍ରୟୋଗ ପରେ ଏହା ବଂଶବୃଦ୍ଧି କରି କର୍କଟ ସହ ଲଢ଼ୁଥିବା ଏବଂ କଲୋନ୍‌ ବା ବୃହଦନ୍ତ୍ର, ଫୁସଫୁସ୍‌, ସ୍ତନ, ଡିମ୍ବାଶୟ ବା ଓଭାରିକୁ ସଙ୍କୁଚିତ କରିପାରୁଥିବା ଦେଖିବାକୁ ମିଳିଥିଲା । ଜିନ୍‌ ଏଡିଟିଂ ପଦ୍ଧତିରେ ସୃଷ୍ଟି କରାଯାଇଥିବା ଏହି ଭୂତାଣୁ ସୁସ୍ଥ ଜୀବକୋଷର ଏହା କୌଣସି କ୍ଷତି କରୁନାହିଁ । ଆଉ ଏକ ଉତ୍ସାହପ୍ରଦ ଦିଗ ହେଉଛି, ଏହି ଭୂତାଣୁ କର୍କଟ ଆକ୍ରାନ୍ତଙ୍କ ଶରୀରକୁ ଇମ୍ୟୁନୋଥେରାପି ପାଇଁ ମଧ୍ୟ ଅନୁକୂଳ କରିପାରିବ ବୋଲି ଗବେଷକ ଆଶା କରୁଛନ୍ତି । ପୂର୍ବରୁ କିଛି ର୍ନିଦ୍ଦିଷ୍ଟ ପ୍ରକାର କର୍କଟ କ୍ଷେତ୍ରରେ ଇମ୍ୟୁନୋଥେରାପି ସମ୍ଭବ ହେଉନଥିଲା ।

Launching Ceremony of “AYUSHMAN BHARAT

Comments are closed.