ଆସନ୍ତା ଜୁନ୍‌ରେ ହେବ ରାଜ୍ୟସଭା ଉପନିର୍ବାଚନ

ଭୁବନେଶ୍ୱର : ମେ ୧୪: ଆସନ୍ତା ଜୁନ୍‌ ମାସ ୧୩ରେ ତାରିଖରେ ରାଜ୍ୟସଭା ଉପନିର୍ବାଚନ ହେବାକୁ ଯାଉଛି ବୋଲି ରାଜ୍ୟ ନିର୍ବାଚନ କମିଶନର ସୂଚନା ଦେଇଛନ୍ତି । ରାଜ୍ୟସଭା ସାଂସଦ ତଥା ବିଜେଡ଼ି ନେତା ସୁବାସ ସିଂଙ୍କ ଇସ୍ତଫା ଦେବା ପରେ ଖାଲି ପଡ଼ିଥିବା ରାଜ୍ୟସଭା ପଦ ପାଇଁ ଏହି ନିର୍ବାଚନ ହେବ ।

ସେ ୨୦୨୦ ମାର୍ଚ୍ଚ ମାସରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ୨ବର୍ଷ ରାଜ୍ୟସଭା ସଦସ୍ୟଭାବେ କାର୍ଯ୍ୟ କରିଥିଲେ । ସେ କଟକର ମେୟର ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ ଓ ପରେ ଏପ୍ରିଲ ୨୧ତାରିଖରେ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ।

ତେବେ ନିର୍ବାଚନ କମିଶନର ସୂଚନା ଅନୁଯାୟୀ-

* ଚଳିତମାସ ୨୬ ତାରିଖରୁ ଜୁନ୍‌ ୨ତାରିଖ ପର୍ଯ୍ୟନ୍ତ ଆଶାୟୀମାନେ ନାମାଙ୍କନ ପତ୍ର ଦାଖଲ କରିପାରିବେ ।

* ଜୁନ୍‌ ୩ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ ।

* ୬ ତାରିଖ ସୁଦ୍ଧା ପ୍ରାର୍ଥୀମାନେ ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ ।

* ୩ ତାରିଖ ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ ଏବଂ ଅପରାହ୍ନ ୫ଟାରେ ଭୋଟଗଣିତ ହେବ ।

* ଜୁନ୍‌ ୧୭ ତାରିଖ ପୂର୍ବରୁ ସମସ୍ତ ପ୍ରକାର ଉପନିର୍ବାଚନ ପ୍ରକ୍ରିୟା ଶେଷ ହେବ । ଏଥିରେ ଯିଏ ନିର୍ବାଚିତ ହେବେ, ସେ ୨୦୨୬ ଏପ୍ରିଲ ମାସ ପର୍ଯ୍ୟନ୍ତ ରାଜ୍ୟସଭା ସଦସ୍ୟ ରହିବେ ।

Govt

Comments are closed.