ସୁନ୍ଦରଗଡ଼ : ଯାତ୍ରୀବାହି ବସ ସହ ଟ୍ରକ ମୁହାଁମୁହିଁ ଧକ୍କା । ଘଟଣା ସ୍ଥଳରେ ୫ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୨ ରୁ ଅଧିକ ଗୁରୁତର ହୋଇଛନ୍ତି । ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ସୁନ୍ଦରଗଡ ଜିଲା କେ.ବଲାଙ୍ଗା ଏନ୍ଏଚ୍ ୫୨୦ ରାସ୍ତାରେ । ଲିଙ୍ଗରାଜ ନାମକ ଯାତ୍ରୀବାହୀ ବସଟି ରାଉରକେଲାରୁ କୋଇଡା ଆସୁଥିବାବେଳେ ରାସ୍ତା ଜାମ୍ ଯୋଗୁ ବସଟି ରଙ୍ଗ ରୁଟ୍ ରେ ଆସୁଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଟ୍ରକଟି ବସର ସାମ୍ନା ପଟେ ମାଡ଼ ହୋଇ ବସ ଭିତରକୁ ପଶିଯାଇଥିଲ। ।
ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଆହତଙ୍କ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା ବେଳେ କିଛି ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ତେବେ ବସଟି ରାଉରକେଲାରୁ ଆସୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛି । ବସରେ କେତେ ଯାତ୍ରୀ ଥିଲେ ତାହା ଅସ୍ପଷ୍ଟ ରହିଛି । ବର୍ତ୍ତମାନ କଟର ସାହାଯ୍ୟରେ ବସ ର ଝରକା କାଟି ଯାତ୍ରୀ ମାନଙ୍କୁ ଉଦ୍ଧାର କରାଯାଉଛି ।

Comments are closed.