ବସ୍‌ରେ ଦିଲ୍ଲୀରୁ ଲଣ୍ଡନ ! ୭୦ ଦିନ ରେ ୧୮ ଟି ଦେଶ, ବସ୍‌ ରେ ଯାତ୍ରୀ ପାଇବେ ଏହି ସବୁ ସେବା

ଦିଲ୍ଲୀ: ବୁଲିବାକୁ କିଏ ଭଲ ନ ପାଏ । କିଏ ବସ୍‌, ଟ୍ରେନ୍‌, ଆଉ କିଏ କାର୍‌ ରେ ନିଜ ମନପସନ୍ଦ ସ୍ଥାନକୁ ବୁଲିବାକୁ ଯାଇଥାନ୍ତି , କି;ୁ ଦୂର ଦେଶକୁ ଯାତ୍ରା କରିବା ପାଇଁ ବିମାନ ହେଉଛି ସବୁଠାରୁ ସୁବିଧାଜନକ ଉପାୟ । ଯଦି କୁହାଯାଏ ଯେ ଆପଣ ବସ୍‌ ଯୋଗେ ଭାରତରୁ ୟୁରୋପକୁ ଯାତ୍ରା କରିପାରିବେ, ତେବେ ଆପଣ ଏହାକୁ ବିଶ୍ୱାସ କରିବେ ନାହିଁ, କି;ୁ ଏହା ସମ୍ଭବ ହେବାକୁ ଯାଉଛି ।
ବସ୍‌ରେ ଦିଲ୍ଲୀରୁ ଲଣ୍ଡନ ! ୭୦ ଦିନ ରେ ୧୮ ଟି ଦେଶ, ବସ୍‌ ରେ ଯାତ୍ରୀ ପାଇବେ ଏହି ସବୁ ସେବା

ଜାତୀୟଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଖୁବ ଶୀଘ୍ର ଦିଲ୍ଲୀରୁ ଲଣ୍ଡନ ପର୍ଯ୍ୟନ୍ତ ବସ୍‌ ସେବା ଆରମ୍ଭ ହେବାକୁ ଯାଉଛି । ‘ଆଡ଼ଭେଣ୍ଟୁର ଓଭର ଲ୍ୟାଣ୍ଡ’ ଦ୍ୱାରା ପରିଚାଳିତ ‘ବସ୍‌ ଟୁ ଲଣ୍ଡନ’ ରେ ଯାତ୍ରା କରିବା ପାଇଁ ହେଲେ ଯାତ୍ରୀମାନଙ୍କୁ ୨୦ ହଜାର ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ପ୍ରାୟ ୧୫ ଲକ୍ଷ ଟଙ୍କା ଦେବାକୁ ପଡିବ । ଏଥିରେ ଟିକେଟ୍‌, ଭିସା ଏବଂ ରହଣି ଭଳି ସମସ୍ତ ସୁବିଧା ଅନ୍ତର୍ଭୂକ୍ତ ହେବ । ଏହି ଯାତ୍ରା ୭୦ ଦିନ ହେବ । ଏହି ସମୟରେ ବସ୍‌ ପ୍ରାୟ ୨୦ ହଜାର କିଲୋମିଟର ଦୂରତା ଅତିକ୍ରମ କରିବ । ଯାତ୍ରୀମାନେ ୧୮ ଟି ଦେଶ ଦେଇ ଯିବେ । ଏହି ବିଳାସପୂର୍ଣ୍ଣ ବସ୍‌ ରେ ୨୦ ଟି ସିଟ୍‌ ରହିବ ଏବଂ ପ୍ରତ୍ୟେକ ଯାତ୍ରୀଙ୍କ ପାଇଁ ଅଲଗା କ୍ୟାବିନ ରହିବ । ଏଥିରେ ଖାଇବା ପିଇବା ଠାରୁ ଆରମ୍ଭ କରି ଶୋଇବା ପର୍ଯ୍ୟନ୍ତ ସମସ୍ତ ସୁବିଧା ରହିବ । ତେବେ ଏହି ବିଳାସପୂର୍ଣ୍ଣ ବସ୍‌ ସେବା ସେପେଫମ୍ବରରୁ ଆରମ୍ଭ ହେବ ବୋଲି ଆଶା କରାଯାଉଛି ।

Govt

Comments are closed.