ବାରିପଦା : ବାରିପଦା ୧୮ ନମ୍ୱର ଜାତୀୟ ରାଜପଥ ବେତନଟୀ ନିକଟରେ ଏକ ଘରୋଇ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି I ଗତକାଲି ବିଳମ୍ବିତ ରାତିରେ ବସଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିବାରୁ ଏଥିରେ ଥିବା ୨୫ ଜଣ ଯାତ୍ରୀ ଆହତ ହେବା ସହିତ ୪ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି I ବସଟି ରାଇରଙ୍ଗପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ସମୟରେ କୃଷ୍ଣଚନ୍ଦ୍ରପୁରଠାରେ ଏହି ଅଘଟଣ ଘଟିଛି।
ଘଟନାନୁସାରେ,ମୟୂରଭଞ୍ଜ ଜିଲ୍ଲାର ବାରିପଦା-ବେତନଟୀ ରାସ୍ତାରେ ଗତକାଲି ରାତିରେ ବସ୍ ଦୁର୍ଘଟଣା ଘଟିବାରୁ ୨୫ ଜଣ ଆହତ ହୋଇଛନ୍ତି। ବସ୍ର୍ ଚକ କୌଣସି କାରଣ ପାଇଁ ଫାଟି ଯିବାରୁ ଭାରସାମ୍ୟ ହରାଇ ଜାତୀୟ ରାଜପଥ ୧୮ର କୃଷ୍ଣଚନ୍ଦ୍ରପୁର ଓଲଟି ପଡ଼ିଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ବାରିପଦା ମେଡିକାଲରେ ଭର୍ତ୍ତି କରିଛନ୍ତି।.ଦୁର୍ଘଟଣା ସମୟରେ ବସ୍ରେ ୫୦ରୁ ଅଧିକ ଯାତ୍ରୀ ଥିଲେ। ଘଟଣାସ୍ଥଳରେ କୃଷ୍ଣଚନ୍ଦ୍ର ପୁତ୍ର ଫାଣ୍ଡି ଓ ବେତନଟୀ ପୋଲିସ ପହଂଚି ଘଟଣାର ଅନୁସନ୍ଧାନ କରୁଛନ୍ତି I
Comments are closed.