ରାତି ୮ରୁ ୧୧ ମଧ୍ୟରେ ପଶ୍ଚିମବଙ୍ଗର ସାଗରଦ୍ୱୀପ ଓ ବାଂଲାଦେଶର ଖେପୁପଡା ମଧ୍ୟରେ ଲ୍ୟାଣ୍ଡଫଲ କରିବ ବୁଲବୁଲ

ଉପକୂଳବତ୍ତୀ ଅଞ୍ଚଳରେ ରହୁଥିବା ୮୭ ହଜାରରୁ ଅଧିକ ଲୋକଙ୍କୁ କରାଯାଇଛି ସ୍ଥାନାନ୍ତର।

ସମୟ ଲାଇଭ,୯/୧୧:ସାମୁଦ୍ରିକ ଝଡ ବୁଲବୁଲ ଏବେ ଧିରେ ଧିରେ ଓଡ଼ିଶା ଉପକୂଳ ଛାଡି ପଶ୍ଚିମବଙ୍ଗ ମୁହାଁ ହେଉଛି। ଏହା ଓଡ଼ିଶାର ପାରାଦୀପଠାରୁ ୧୪୦ କିଲୋମିଟର ଉତ୍ତର-ଉତ୍ତରପୂର୍ବ ଦିଗରେ, ପଶ୍ଚିମ ବଙ୍ଗଠାରୁ ୮୫ କିଲୋମିଟର ଦକ୍ଷିଣ,ଦକ୍ଷିଣ-ପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ରହିଛି । ଏହା ଘଣ୍ଟାପ୍ରତି ୯ କିଲୋମିଟର ବେଗରେ ଉତ୍ତର-ପୂର୍ବ ଦିଗରେ ଗତି କରି ଆଜି ରାତି ୮ଟାରୁ ୧୧ଟା ମଧ୍ୟରେ ପଶ୍ଚିମବଙ୍ଗରସାଗରଦ୍ୱୀପ ଓ ବାଂଲାଦେଶର ଖେପୁପଡା ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ । ତେବେ ଏହି ଲ୍ୟାଣ୍ଡଫଲ ବେଳକୁ ଏହା ଟିକିଏ ଦୁର୍ବଳ ହୋଇପଡିଥିବ ବୋଲି ଆଇଏମଡି କହିଛି ଥିସହ ସଂଧ୍ୟା ବେଳକୁ ଓଡ଼ିଶାରେ ବର୍ଷର ପରିମାଣ କମି ଯାଇଥିବ ବୋଲି ପାଣିପାଗ ବିଭାଭ ତରଫରୁ ଜଣାପଡିଛି।

Launching Ceremony of “AYUSHMAN BHARAT

Comments are closed.