୨ ଦନ୍ତାହାତୀ ମୃତୁ୍ୟ ଘଟଣାରେ ବୌଦ୍ଧ ରେଞ୍ଜର ନିଲମ୍ବିତ

ବୌଦ୍ଧ : ନିକଟରୁ ବୌଦ୍ଧ ରେଞ୍ଜ୍‌ ବଘିଆପଡ଼ାରଳ ସେକ୍ସନ ଅଞ୍ଚଳରେ ଦୁଇଟି ଦାନ୍ତବିହୀନ ଦନ୍ତାହାତୀଙ୍କ ମୃତ ଦେହ ଠାବ ହୋଇଥିଲା । ଏନେଇ ଖବର ଚାରିଆଡ଼େ ପ୍ରଚାର ହେବା ପରେ ବନ ବିଭାଗ ତରଫରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏଥିପାଇଁ ବୌଦ୍ଧ ରେଞ୍ଜର ପ୍ରଦୀପ ବେହେରାଙ୍କୁ ନିଲମ୍ବିତ କରାଯାଇଛି । ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପ୍ରଦୀପ ବେହେରାଙ୍କୁ ନିଲମ୍ବନ କରିଛି ।

ସୂଚନା ଅନୁଯାୟୀ, ବୌଦ୍ଧ ରେଞ୍ଜ ବଘିଆପଡ଼ା ସେକ୍ସନ ଭୁର୍କୀପଡ଼ା ଜଙ୍ଗଲରୁ ଓ ବାଙ୍କମୁଣ୍ଡି ସଂରକ୍ଷିତ ଜଙ୍ଗଲର କମ୍ପାଟମେଣ୍ଟ ନମ୍ବର ୮ରେ ଦାନ୍ତବିହୀନ ଦନ୍ତାହାତୀର ମୃତଦେହ ଠାବ ହୋଇଥିଲା । ଦୁଇଦିନ ମଧ୍ୟରେ ଦୁଇ ଦୁଇଟି ଦନ୍ତାହାତୀ ମୃତ୍ୟୁ ମାମଲାରେ କାର୍ଯ୍ୟାନୁଷ୍ଠାନ ନେଇ ଜଣେ ଫରେଷ୍ଟର ଓ ଦୁଇଜଣ ଫରେଷ୍ଟ ଗାର୍ଡଙ୍କୁ ପୂର୍ବରୁ ନିଲମ୍ବନ କରାଯାଇଥିଲା । ତେବେ ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ବୌଦ୍ଧ ରେଞ୍ଜର ପ୍ରଦୀପ ବେହେରାଙ୍କୁ ନିଲମ୍ବିତ କରାଯାଇଛି । ନିଲମ୍ବନ ଅବଧି ସମୟରେ ରେଞ୍ଜର ପ୍ରଦୀପ ବେହେରାଙ୍କୁ ବ୍ରହ୍ମପୁର ଆରସିସିଏଫ କାର୍ଯ୍ୟାଳୟରେ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ, ପୁରୁଣାକଟକ ରେଞ୍ଜର ନିହାର ରଞ୍ଜନ ମଲ୍ଲିକଙ୍କୁ ବୌଦ୍ଧ ରେଞ୍ଜ ଅତିରିକ୍ତ ଦୟିତ୍ୱ ତୁଲାଇବା ନେଇ ପତ୍ରରେ ଉଲ୍ଲେଖ ରହିଛି ।

Govt

Comments are closed.