ନୂଆଦିଲ୍ଲୀ: ଜୁନ ୧୩: ଗୁଜରାଟରେ ସୀମା ସୁରକ୍ଷା ବଳ (ବିଏସଏଫ୍) ୧୦ ପ୍ୟାକେଟ୍ ଚରସ ଜବତ କରିଛି । ବାସୁମତି ଚାଉଳ ପ୍ୟାକେଟରେ ଏହା ଯାଉଥିଲା । ଗୁଜରାଟର କଚ୍ଛ ଜିଲ୍ଲା ନିକଟବର୍ତ୍ତୀ ଜାଖାଉ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ଏହାକୁ ଠାବ କରାଯାଇଛି । କୋବ୍ରା ବ୍ରାଣ୍ଡ୍ କୋହିନୂର ବାସୁମତି ଚାଉଳ ପ୍ୟାକେଟ୍ ମଧ୍ୟରେ ଏହାକୁ ଲଚାଯାଇ ଚାଲାଣ କରାଯାଉଥିଲା । ପାକିସ୍ତାନରୁ ଏହା ଆସିଥିବା ଅନୁମାନ କରାଯାଉଛି । ବିଏସଏଫ୍ ଏହାକୁ ଜବତ କରିଥିବା ଜଣାପଡ଼ିଛି । ବିଏସଏଫ୍ ଓ ଅନ୍ୟ ଏଜେନ୍ସି ଦ୍ୱାରା ୨୦୨୨ ମେ ୨୦ ପରଠାରୁ ଏ ପର୍ଯ୍ୟନ୍ତ ୧,୫୧୬ ପ୍ୟାକେଟ୍ ନିଶାଦ୍ରବ୍ୟ ଜବତ ହେଲାଣି । ସପ୍ତାହେ ତଳେ କଚ୍ଛ ଜିଲ୍ଲାରୁ ୪୯ ପ୍ୟାକେଟ୍ ହେରୋଇନ୍ ଜବତ ହୋଇଥିଲା, ଯାହାର ଆନୁମାନିକ ମୂଲ୍ୟ ୨୫୦ କୋଟି ଟଙ୍କା ଥିଲା । ଏକ ପାକିସ୍ତାନୀ ଡଙ୍ଗାରେ ଏହି ହେରୋଇନ୍ ଚାଲାଣ ହୋଇଥିବା ଗୁଜରାଟ ଆତଙ୍କବାଦ ନିରୋଧ ସ୍କ୍ୱାର୍ଡ(ଏଟିଏସ୍) ସୂଚନା ଦେଇଥିଲା ।

Comments are closed.