କପି ରୋକିବାକୁ ବୋର୍ଡରୁ ଗଠନ ହେଲା ୩୮ଟି ସ୍ପେଶାଲ୍‌ ସ୍କ୍ୱାଡ୍‌

ଭୁବନେଶ୍ୱର: ଅପ୍ରେଲ ୨୬: ରାଜ୍ୟର ୩୦ ଜିଲ୍ଲା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ୩୮ଟି ସ୍ପେସାଲ୍ ସ୍କ୍ୱାଡ୍ ଗଠନ କରିଛନ୍ତି। କିପରି ପରୀକ୍ଷା ଠିକ୍‌ ଭାବରେ ହେବ ଓ କପି ରୋକାଯାଇ ପାରିବ ସେ ନେଇ ତଦାରଖ କରିବେ ଏହି ସ୍କ୍ୱାଡ୍‌। ଏହା ବ୍ୟତୀତ ଜିଲ୍ଲା ସ୍ତରରେ ଜିଲ୍ଲା ଶିକ୍ଷାଧିକାରୀ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ପୃଥକ ସ୍କ୍ୱାଡ୍ ଗଠନ କରାଯାଇଛି । ବୋର୍ଡ ସଭାପତି ରାମଶିଷ ହାଜରାଙ୍କ ଅଧ୍ୟକ୍ଷତାରେ ସ୍କ୍ୱାଡ୍ ଅଧିକାରୀଙ୍କ ସମେତ ବୋର୍ଡର ଜୋନ୍ ଅଧିକାରୀ ଏବଂ କେତେକ ଶିକ୍ଷାଧିକାରୀମାନଙ୍କୁ ନେଇ ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଧିକାରୀ ଏବଂ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ପରୀକ୍ଷା ପରିଚାଳନା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ଏପ୍ରିଲ୍ ମାସ ୨୯ ତାରିଖରୁ ଦଶମ ଶ୍ରେଣୀ ସମେଟିଭ୍ ଆସେସମେଣ୍ଟ୍-୨ ପରୀକ୍ଷା ସମେତ ମଧ୍ୟମା, ଷ୍ଟେଟ୍ ଓପନ୍ ସ୍କୁଲ୍ ସାର୍ଟିଫିକେଟ୍, କରେସପଣ୍ଡେଣ୍ଟ୍ କୋର୍ସ ଆଦି ପରୀକ୍ଷା ଆରମ୍ଭ ହେବ। ଚଳିତ ବର୍ଷ ରାଜ୍ୟରେ ୩ ହଜାର ୨୦୩ ସେଣ୍ଟରରେ ୫ ଲକ୍ଷ ୬୦ ହଜାରରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେବା ନେଇ ବୋର୍ଡ କର୍ତ୍ତୃପକ୍ଷରୁ ସୂଚନା ଦେଇଛନ୍ତି । ତେବେ ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରିଛି ବୋର୍ଡ।

Govt

Comments are closed.