ଭଦ୍ରକରୁ ଜବତ ହେଲା ବ୍ରାଉନ ସୁଗାର : ଜଣେ ଗିରଫ

ଭଦ୍ରକ:ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ପକ୍ଷରୁ ବଉଳପୋଖରୀରୁ ଝାଟିଆ କୁ ସଂଯୋଗ କରୁଥିବା ରାସ୍ତାରେ ଚେକିଂ କରୁଥିବା ବେଳେ ଏକ ବ୍ୟକ୍ତି ମଟର ସାଇକେଲ ନେଇ ଯାଉଥିଲା ତାଙ୍କୁ ଅଟକାଇ ଚେକିଂ କରିବା ପରେ ତାଙ୍କ ନିକଟରୁ ୪୧.୫୫ ଗ୍ରାମ ବ୍ରାଉନ ସୁଗାର ଜବତ କରିଥିଲା ପୋଲିସ। ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ଏକ ମୋବାଇଲ ଫୋନ ଓ ମଟର ସାଇକେଲ ଜବତ କରିଛି ପୋଲିସ।ତେବେ ଏହି ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୪ ଲକ୍ଷରୁ ଉର୍ଦ୍ଧ ଟଙ୍କା ହେବା ନେଇ ଗ୍ରାମାଞ୍ଚଳ ପୋଲିସ ପକ୍ଷରୁ ସୂଚନା ଦିଆ ଯାଇଛି।

ଏହି ଘଟଣାରେ ଆଉ କାହାର ସଂମ୍ପୃକ୍ତି ନେଇ ପୋଲିସ ଛାନଭିନ ଆରମ୍ଭ କରିଛି। ଗିରଫ ବ୍ୟକ୍ତି ଠାରୁ ଗୁରୁତ୍ୱପୂର୍ଣ୍ଣ ସୁରାକ ପାଇଛି ପୋଲିସ

Launching Ceremony of “AYUSHMAN BHARAT

Comments are closed.