ଏନକାଉଣ୍ଟରରେ ବ୍ରାଉନସୁଗାର ବେପାରୀ ଗୁରୁତର

ଭୁବନେଶ୍ୱର : ରାଜଧାନୀରେ ଗୁଳିକାଣ୍ଡ । ବ୍ରାଉନସୁଗାର ମାଫିଆ ଶେଖ ଜାମସେଦକୁ ଏନକାଉଣ୍ଟର । ଗତକାଲି ବିଳମ୍ବିତ ରାତିରେ ଖଣ୍ଡଗିରି କୋଳଥିଆ ଅଞ୍ଚଳରେ ପୋଲିସ ଗୁଳିରେ ଗୁରୁତର ହୋଇଛି ଜାମସେଦ୍ । ତା’ ଗୋଡରେ ଗୁଳି ବାଜିଥିବାବେଳେ AIIMS ମେଡିକାଲରେ ଭର୍ତ୍ତି କରାଯାଇଛି । ତା’ ନିକଟରୁ ୨୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରାଯାଇଛି । ସ୍ପେଶାଲ କ୍ରାଇମ ୟୁନିଟ୍ ଅଫିସର ଅନୁପ କାନୁନଗୋଙ୍କ ସହିତ ଟିମ ତାକୁ ଏନକାଉଣ୍ଟର କରିଥିବା ସୂଚନା ମିଳିଛି ।

ପୋଲିସ ସୂଚନାନୁସାରେ,ଗତକାଲି ବିଳମ୍ବିତ ରାତିରେ ଜାମସେଦ୍ ପୋଖରୀପୁଟ ରୁ ଖଣ୍ଡଗିରିକୁ ଯାଉଥିବାବେଳେ ପୋଲିସ ତା’ ପିଛା କରିଥିଲା । ଏହି ସମୟରେ ସେ ଖସି ପଳାଇବାକୁ ଉଦ୍ୟମ କରି ପୋଲିସ ଉପରକୁ ଗୁଳି ଚଳାଇଥିଲା । ପୋଲିସର ପାଲଟା ଗୁଳି ଚାଳନାରେ ତା’ର ଗୋଡରେ ବାଜିଥିଲା ଗୁଳି । ବର୍ତ୍ତମାନ ଅଭିଯୁକ୍ତର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ମିଳିଛି ।

ନିଶା ମାଫିଆ ନାଁରେ ପୂର୍ବରୁ ଲାଲ ବାଗ, ବାଲିଅନ୍ତା, ବଡ଼ଗଡ ଥାନାରେ ବିଭିନ୍ନ ମାମଲା ରହିଥିବା ବେଳେ କ୍ରାଇମବ୍ରାଞ୍ଚ ଏସଟିଏଫ ଦ୍ବାରା ଗିରଫ ମଧ୍ୟ ହୋଇଥିଲା । ଶେଷରେ ପୋଲିସକୁ ପଞ୍ଝାରେ ପଡିଛି ଏହି କୁଖ୍ୟାତ ନିଶା ବେପାରୀ । ତେବେ କିଛି ଦିନ ପୂର୍ବରୁ ରାଜଧାନୀର ବଡ଼ଗଡ଼ ଥାନା ଅଞ୍ଚଳରେ ବିହାରର ଦୁଇ କୁଖ୍ୟାତ ଲୁଟେରା ସୋନୁ ଯାଦବ, ମନୀଷ ଯାଦବକୁ ଏନକାଉଣ୍ଟର କରାଯାଇଥିଲା ।

Launching Ceremony of “AYUSHMAN BHARAT

Comments are closed.