‘ଆପ ଭାଙ୍ଗି ବିଜେପିରେ ଯୋଗ ଦିଅନ୍ତୁ,ସିବିଆଇ,ଇଡି ସମସ୍ତ କେଶ ହଟାଇ ଦିଆଯିବ’ : ମନୀଷ ସିସୋଦିଆ

ନୂଆଦିଲ୍ଲୀ : ଦିନକୁ ଦିନ ସରଗରମ ହେଉଛି ଦିଲ୍ଲୀ ରାଜନୀତି I ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଙ୍କ ଘରେ ସିବିଆଇର ଚଢ଼ାଉ ପରେ ଲାଗି ରହିଛି ହଟ ଚମଟ I ଗତକାଲି ମନୀଷ ସିସୋଦିଆ ଙ୍କ ପ୍ରେସ ମିଟ ପରେ ଆଜି ପୁଣି ଟ୍ୱିଟ କରି ଦେଇଛନ୍ତି ନୂଆ ତଥ୍ୟ I ମନୀଷ ସିସୋଦିଆ ଟ୍ୱିଟ୍ କରି କହିଛନ୍ତି ଯେ ବିଜେପିର ମେସେଜ ମୋ ପାଖକୁ ଆସିଛି – ଏଥିରେ “AAP” ଭାଙ୍ଗି ବିଜେପିରେ ଯୋଗ ଦେଲେ ତାଙ୍କ ବିରୁଦ୍ଧରେ ଥିବା ସମସ୍ତ ସିବିଆଇ ଇଡି ମାମଲା ବନ୍ଦ କରାଯିବ । ସିସୋଦିଆ ବିଜେପିକୁ ରି ଟ୍ୱିଟ ରେ କହିଛନ୍ତି – ମୁଁ ମହାରାଣା ପ୍ରତାପଙ୍କ ବଂଶଧର, ମୁଁ ଜଣେ ରାଜପୁତ, ମୁଣ୍ଡ କଟିଯିବ ପଛେ ଦୁର୍ନୀତିଗ୍ରସ୍ତ ଷଡଯନ୍ତ୍ରକାରୀଙ୍କ ଆଗରେ ମୁଣ୍ଡ ନିଁବି ନାହିଁ । ମୋ ବିରୁଦ୍ଧରେ ଥିବା ସମସ୍ତ ମାମଲା ମିଥ୍ୟା, ଏହା ଏକ ଷଡଯନ୍ତ୍ର I ତୁମେ ଯାହା କରିବାକୁ ଚାହୁଁଛ କରିପାର I

ଏହାପୂର୍ବରୁ ସିଏମ୍ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଟ୍ୱିଟ୍ କରି କହିଛନ୍ତି ଯେ ଯେଉଁ ସମୟରେ ସାଧାରଣ ଲୋକ ମୁଦ୍ରାସ୍ଫୀତି ସହ ଲଢ଼ୁଛନ୍ତି,ଦେଶରେ କୋଟି କୋଟି ଯୁବକ ବେରୋଜଗାର ଅଛନ୍ତି , ସେହି ସମୟରେ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ସରକାରଙ୍କ ସହ ମିଶି ଏହି ସମସ୍ୟା ର ସମାଧାନ କରିବା ଦରକାର I କିନ୍ତୁ ଏହା ନ କରି ପ୍ରତିଦିନ ସକାଳେ ସେମାନେ ସିବିଆଇ-ଇଡି ଖେଳ ଆରମ୍ଭ କରୁଛନ୍ତି I ଏମିତି ହେଲେ ଦେଶ ର ଉନ୍ନତି କିପରି ହେବ I ଦେଶ ଆଗେଇବ କେମିତି ?

ସୂଚନାନୁସାରେ ଦିଲ୍ଲୀର ନୂଆ ଅବକାରୀ ନୀତି ଘୋଟାଲା ମାମଲାରେ ସିବିଆଇ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଙ୍କ ସମେତ ୧୩ ଜଣଙ୍କ ବିରୋଧରେ ଲୁକ୍ଆଉଟ୍ ସର୍କୁଲାର୍ ଜାରି କରିଛି । ଏହା ସହିତ ସେମାନଙ୍କ ବିଦେଶ ଯାତ୍ରା ଉପରେ ମଧ୍ୟ ରୋକ ଲଗାଯାଇଛି I ଏମାନନଙ୍କ ମଧ୍ୟରେ ବିଜୟ ନାୟାର, ସମୀର ମହେନ୍ଦ୍ର ଏବଂ ଦୀନେଶ ଆରୋରାଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି। ସିବିଆଇ ର ଅଭିଯୋଗ ଅନୁସାରେ ଦିଲ୍ଲୀର ନୂତନ ଅବକାରୀ ନୀତି କାର୍ଯ୍ୟକାରୀ କରିବାରେ ମଦ କମ୍ପାନୀ ଏବଂ ଏହି ମଧ୍ୟସ୍ଥି ମାନଙ୍କ ଦ୍ୱାରା ବ୍ୟାପକ ଆର୍ଥିକ କାରବାର ହୋଇଛି I ସିବିଆଇ ର ସୂଚନା ମୁତାବିକ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଘନିଷ୍ଠ ଥିବା ଦୀନେଶ ଆରୋରା, ଅର୍ଜୁନ ପାଣ୍ଡେ ଏହି ନୂତନ ଅବକାରୀ ନୀତିର ପ୍ରଣୟନ କରିବାକୁ ପ୍ରଚୁର କମିଶନ ନେଇଛନ୍ତି I M / s ଇଣ୍ଡୋସ୍ପିରିଟ୍ସ ରୁ ଦୀନେଶ ଆରୋରା ଙ୍କ କମ୍ପାନୀକୁ ଏକ କୋଟି ଟଙ୍କା ଟ୍ରାନ୍ସଫର ହୋଇଛି । ଏହି ନୂତନ ଅବକାରୀ ନୀତି ପ୍ରଣୟନ ପାଇଁ ଅର୍ଜୁନ ପାଣ୍ଡେ ସମୀର ମହେନ୍ଦ୍ରଙ୍କ ଠାରୁ ୨ ରୁ ୪ କୋଟି ସଂଗ୍ରହ ନେଇଛନ୍ତି । ସିବିଆଇ ଦାଖଲ କରିଥିବା ଚାର୍ଜସିଟ ରେ ସର୍ବ ପ୍ରଥମେ ମନୀଷ ସିସୋଦିଆ ଙ୍କ ନାଁ ରହିଛି I
ଏକ ଜାତୀୟ ଗଣମାଧ୍ୟମ କୁ ସାକ୍ଷାତକାର ଦେଇ ମନୀଷ ସିସୋଡିଆ କହିଛନ୍ତି ମୋ ବିରୁଦ୍ଧରେ ସିବିଆଇ ଚଢ଼ାଉ କରିବା ମୁଖ୍ୟ ଉଦ୍ଦେଶ୍ୟ ନୁହେଁ I ଏହା ଦିଲ୍ଲୀ ସରକାର ର ଲୋକପ୍ରିୟତା ପାଇଁ ଏକ ଷଡଯନ୍ତ୍ର ମାତ୍ର I ଯଦି ଏହା ପ୍ରକୃତରେ ମଦ ଦୁର୍ନୀତି ବିରୁଦ୍ଧରେ କରାଯାଉଥାଏ ତେବେ ପ୍ରତିବର୍ଷ ଗୁଜୁରାଟରେ ୧୦ ,୦୦୦ କୋଟି ଟଙ୍କା ର ଅବକାରୀ ଘୋଟାଲା ହୋଇଥାଏ । ଏହା କେବଳ ମୋତେ ଗିରଫ କରିବାକୁ ଏକ ଷଡ଼ଯନ୍ତ୍ର ,ଯାହା କି କିଛି ଦିନ ମଧ୍ୟରେ ପରିସ୍କାର ହୋଇଯିବ I

Comments are closed.