ଝାରସୁଗୁଡ଼ା :ବ୍ରଜରାଜନଗର ଉପର୍ନିବାଚନ ସକାଶେ ଭୋଟ୍ ଚାଲିଥିଲା । ଏହି ଭୋଟ୍ ପ୍ରକୟିୟାରେ ବେଙ୍କମୁରା ଗ୍ରାମବାସୀ ଯୋଗ ଦେଇନଥିବା ଖବର ମିଳିଛି । ତେବେ ରାଜ୍ୟ ଶିକ୍ଷା ବିଭାଗ ନିର୍ଦ୍ଦେଶ ଓ ମାର୍ଗଦର୍ଶିକା ଅନୁସାରେ ଜିଲ୍ଲା ଶିକ୍ଷା ବିଭାଗ ଗତବର୍ଷଠାରୁ ବିଦ୍ୟାଳୟକୁ ବନ୍ଦ କରିଦେଇଥିବାରୁ ଭୋଟ ବର୍ଜନ କରିଛନ୍ତି ବୋଲି ବେଙ୍କମୁରା ଗ୍ରାମବାସୀ କହିଛନ୍ତି । ବେଙ୍କମୁରା ଗାଁ ର ୨୭୨ ଭୋଟର ଭୋଟ ଦାନରୁ ବିରତ ରହିଛନ୍ତି । ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୁଥ ନମ୍ବର ୮୫ ରେ ଭୋଟ ଦେଇଥାନ୍ତେ ।
ବ୍ରଜରାଜନଗର ଉପର୍ନିବାଚନ ପାଇଁ ସକାଳ ୭ ଟା ରୁ ୨୭୯ ଗୋଟି ବୁଥରେ ୨ ଲକ୍ଷ ୧୪ ହଜାର ୮୭୮ ଭୋଟର ସେମାନଙ୍କର ମତଦାନ ସାବ୍ୟସ୍ତ କରିଥିଲେ । ଗଣତନ୍ତ୍ରର ମହାପର୍ବକୁ ବର୍ଜନ ନକରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ହୋଇଥିଲା । କିନ୍ତୁ ତାହା ସଫଳ ହୋଇନାହିଁ । ଗାଁ ରେ ଥିବା ବିଦ୍ୟାଳୟକୁ ରାଜ୍ୟ ସରକାର ବନ୍ଦ କରିଦେଇ ଥିବାରୁ ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି ଗ୍ରାମବାସୀ । ସୋମବାର ଦିନତମାମ ଜିଲ୍ଲା ପ୍ରଶାସନର ଗାଡ଼ି ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ବେଙ୍କମୁରା ଗାଁ ଅଭିମୁଖେ ଦୌଡିଥିଲା । ଆଗରୁ ପ୍ରଶାସନକୁ ବିଦ୍ୟାଳୟ ଖୋଲିବାକୁ ବହୁବାର ଯୁକ୍ତିଯୁକ୍ତ ଦାବି କରିଥିଲେ ଗ୍ରାମବାସୀ । ସେତେବେଳେ ନା ଗୋଷ୍ଠୀ ଶିକ୍ଷା ଅଧିକାରୀ କର୍ଣ୍ଣପାତ କରିଥିଲେ ନା ଶୁଣିଥିଲା ଜିଲ୍ଲା ପ୍ରଶାସନ ।
ଭୋଟଦାନ ହେଉଛି ଆପଣଙ୍କ ଅଧିକାର, ଏହା ସାବ୍ୟସ୍ତ କର;ୁ । ଆମେ ଆପଣଙ୍କ କଥାକୁ ସରକାରଙ୍କ ନିକଟରେ ଉପସ୍ଥାପନ କରିବୁ । ଭୋଟ ଦିନର ଅବ୍ୟବହିତ ପୂର୍ବରୁ ଅନ୍ତିମ ଥର ପାଇଁ ଆସିଥିବା ଲଖନପୁର ବିଡ଼ିଓ ସଞ୍ଜୀବ ପଟେଲ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଦ୍ର ନାରାୟଣ ପ୍ରଧାନ ଜନସାଧାରଣଙ୍କୁ ବୁଝାସୁଝା କରି ବିଫଳ ହୋଇଥିଲେ । ସେମାନେ ସ୍ୱୀକାର କଲେ ଯେ ଭୌଗୋଳିକ ଦୃଷ୍ଟିରୁ ଏହି ବିଦ୍ୟାଳୟ ଖୋଲିବାର ଆବଶ୍ୟକତା ଯୁକ୍ତିଯୁକ୍ତ । ଆମେ ସରକାରଙ୍କୁ ପ୍ରସ୍ତାବ ପଠାଇବୁ । କ୍ରମାଗତ ତିନି ଦିନ ଧରି ପ୍ରଶାସନ ଓ ଗ୍ରାମବାସୀଙ୍କ ପକ୍ଷରୁ ଚାଲି ଆସୁଥିବା ଆଲୋଚନା ଫଳପ୍ରଦ ହୋଇପାରିନାହିଁ । ସ୍କୁଲ ଖୋଲିବ କି;ୁ କେବେ ଖୋଲିବ କେହି କହିପାରୁ ନାହାନ୍ତି । ମନ୍ତ୍ରୀ, ନେତା ଓ ପ୍ରଶାସନର କ୍ରମାଗତ ବୁଝାସୁଝା ସେ‰ ନିଜ ଜିଦରେ ଅଟଳ ରହିଲେ ଗ୍ରାମବାସୀ । ଅତୀତରେ ଅନେକ ପ୍ରତିଶ୍ରୁତି ଦେଇ ପରେ ଭୁଲି ଯାଇଥିବା ଗ୍ରାମବାସୀ ଅଭିଯୋଗ କରି ନିଜ ଜିଦ୍ ରେ ଅଟଳ ରହିଥିଲେ । ଶିକ୍ଷା ବିଭାଗ ଓ ପ୍ରଶାସନର ଭୁଲ ନିଷ୍ପତ୍ତିକୁ ଗ୍ରାମବାସୀ ଦାୟୀ କରିଛନ୍ତି ।
ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲଖନପୁର ବ୍ଲକ ପଣ୍ଡରି ଗ୍ରାମ ପଞ୍ଚାୟତର ବେଙ୍କମୁରା ଗ୍ରାମରେ ଦୀର୍ଘ ବର୍ଷ ହେବ ଏକ ପ୍ରାଥମିକ ବିଦ୍ୟାଳୟ ଚଳି ଆସୁଥିବା ବେଳେ ହଠାତ୍ ଗତବର୍ଷ ଏହି ବିଦ୍ୟାଳୟକୁ ପ୍ରଶାସନ ପକ୍ଷରୁ ବନ୍ଦ କରି ଦିଆଯାଇ ବଲଣ୍ଡା ପ୍ରାଥମିକ ବିଦ୍ୟାଳୟ ସହିତ ମିଶାଇ ଦିଆଯାଇଥିଲା । ଏହି ଗାଁରୁ ବଲଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦୂରତା ୩ କିଲୋମିଟର ହୋଇଥିବାବେଳେ ଏହି ରାସ୍ତା ମଝିରେ ଜଙ୍ଗଲ ପଡ଼ୁଥିବାରୁ କୌଣସି ଛାତ୍ରଛାତ୍ରୀଙ୍କୁ ପଠାଇବାକୁ ଗ୍ରାମବାସୀ ଅମଙ୍ଗ ହୋଇଥିଲେ । ଫଳରେ ମିଶ୍ରଣ ହୋଇଥିବା ବିଦ୍ୟାଳୟରେ ଗ୍ରାମର ଜଣେ ହେଲେ ଛାତ୍ର ଛାତ୍ରୀ ନାମ ଲେଖାଇ ନାହାନ୍ତି । ପଣ୍ଡରି ଉଚ୍ଚ ବିଦ୍ୟାଳୟ ମଧ୍ୟ ଉକ୍ତ ଗ୍ରାମରୁ ୪ କିଲୋମିଟର ହୋଇଥିବାବେଳେ ରାସ୍ତାରେ ହୀରାକୁଦ ଜଳ ଭଣ୍ଡାର ଯୋଗୁଁ ଯାତାୟତରେ ସମସ୍ୟା ଦେଖା ଦେଇଥାଏ । ବର୍ତ୍ତମାନ ଗାଁ ରେ ୨୬ରୁ ଉର୍ଦ୍ଧ୍ୱ ଛାତ୍ର ଛାତ୍ରୀ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନ କରିବାକୁ ଥିବା ବେଳେ ସେମାନେ ଅଧିକାଂଶ ସମୟରେ ବିଦ୍ୟାଳୟ ଯାଉନାହାନ୍ତି । ଜିଲ୍ଲା ପ୍ରଶାସନକୁ ବିଦ୍ୟାଳୟ ଖୋଲିବାକୁ ଲିଖିତ ପ୍ରତିଶ୍ରୁତି ମାଗିବାରୁ ପ୍ରଶାସନ ଅସମର୍ଥ ହୋଇଥିବାରୁ ଗ୍ରାମବାସୀ ଭୋଟ ବର୍ଜନ ନିଷ୍ପତ୍ତିରେ ଶେଷ ପର୍ଯ୍ୟନ୍ତ ଅଟଳ ରହିଥିଲେ ।

Comments are closed.