ଝାରସୁଗୁଡା: ମଇ ୧୨: ବ୍ରଜରାଜନଗର ଉପର୍ନିବାଚନ ପାଇଁ ନାମାଙ୍କନର ଶେଷଦିନ । ବିଜେପି, ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଶେଷ ଦିନରେ ପ୍ରାର୍ଥୀପତ୍ର ଦାଖଲ କରିବେ । ତିନି ଦଳ ଝାରସୁଗୁଡାରେ ନିଜ ନିଜର ଶକ୍ତି ପ୍ରଦର୍ଶନ କରିବା ପାଇଁ ଯୋଜନା କରିଛନ୍ତି । ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି କାଲି ପୂର୍ବାହ୍ନରେ ଝାରସୁଗୁଡା ହେରୁଆ ଛକରୁ ବିଶାଳ ଶୋଭଯାତ୍ରାରେ ଆସି ଉପଜିଲ୍ଲାପାଳଙ୍କ ଅଫିସରେ ନାମାଙ୍କନ ଦାଖଲ କରିବେ । ଏଥିରେ ୫ ହଜାରରୁ ଅଧିକ ଲୋକ ସାମିଲ ହୋଇପାରନ୍ତି । ପଞ୍ଚାୟତ ଓ ପୌରାଞ୍ଚଳର ସବୁ ୱାର୍ଡରୁ ଯେପରି ଦଳୀୟ କର୍ମୀ ଆସିବେ, ସେଥିପାଇଁ ରଣନୀତି କରିଛି ଦଳଛ ନାମାଙ୍କନ ସମୟରେ ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ, ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ, ପର୍ଯ୍ୟବେକ୍ଷକ ସୁବାସ ସିଂହଙ୍କ ସହ ୧୫ରୁ ଅଧିକ ବିଧାୟକ ଯୋଗଦେବେ । ବିଜେପି ମଧ୍ୟ ଜୋରଦାର ପ୍ରସ୍ତୁତି କରିଛ । ୨ହଜାର କର୍ମୀଙ୍କୁ ନେଇ ନାମାଙ୍କନ ଦାଖଲ କରିବେ ବିଜେପି ପ୍ରାର୍ଥୀ ରାଧାରଣୀ ପଣ୍ଡା । ନାମାଙ୍କନ ସମୟରେ ରାଧାରାଣୀଙ୍କ ସହିତ ରହିବେ ବିଧାୟକ ଓ ସାଂସଦ । ଏପଟେ କଂଗ୍ରେସ ମଧ୍ୟ ଶକ୍ତି ପ୍ରଦର୍ଶନ କରିବା ପାଇଁ ପ୍ରସ୍ତୁତି କରିଛି । ନାମାଙ୍କନ ଦାଖଲ କରିବା ସମୟରେ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କ ସହିତ ଅନେକ ତୁଙ୍ଗ ନେତା ଯୋଗ ଦେବେ । ମେ ୩୧ ତାରିଖରେ ବ୍ରଜରାଜନଗର ଉପର୍ନିବାଚନ । ୨୭୯ଟି ବୁଥରେ ଭୋଟ ଗ୍ରହଣ ହେବଛ । ଏଥର ର୍ନିବାଚନରେ ୨୦ଟି ଆଦର୍ଶ ବୁଥ କରାଯାଇଥିଲା ବେଳେ ୫ଟି ପିଙ୍କ ବୁଥ କରାଯାଇଛି । ଜିଲ୍ଲାରେ ଅବାଧ ଓ ନିରପେକ୍ଷ ର୍ନିବା‘ନ ଲାଗି ସମସ୍ତ ରାଜନୈତିକ ଦଳର ପ୍ରାର୍ଥୀ, ପ୍ରଶାସନକୁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ । ବ୍ରଜରାଜନଗର ଉପର୍ନିବାଚନ ପାଇଁ ଆଜି ସୁଦ୍ଧା ୩ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

Comments are closed.