ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ହେଲେ ଅଳକା

ବ୍ରଜରାଜନଗର: ମଇ ୦୯: ବ୍ରଜରାଜନଗର ପାଇଁ ଘୋଷଣା ହେଇଛି ଉପନିର୍ବାଚନ । ଏଥିପାଇଁ ବିଜେପି ନିଜର ପ୍ରାର୍ଥୀ ଘୋଷଣା କରିବା ପରେ ଏବେ ବିଜେଡି ନିଜର ପ୍ରାର୍ଥୀ ଘୋଷଣା କରିଛି । ପ୍ରାର୍ଥୀ ହିସାବରେ ସ୍ୱର୍ଗତ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କ ନାମକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ମନ୍ତ୍ରୀ ନବ ଦାସଙ୍କ ଝିଅଙ୍କୁ ବିଜେଡି ପ୍ରାର୍ଥୀ କରିପାରେ ବୋଲିଚର୍ଚ୍ଚା ହେଉଥିଲା । କି;ୁ ଦଳ ଅଳକା ମହାନ୍ତିଙ୍କ ନାଁ ଘୋଷଣା ପରେ ଦଳକୁ ସମବେଦନା ଭୋଟ୍‌ ମିଳିବା ନେଇ ଚର୍ଚ୍ଚା ହେଉଛି । ତେଣୁ ସମବେଦନା ଭୋଟ୍‌ ହାତେଇବା ପାଇଁ ବିଜେଡି ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ କରିଥିବା ନେଇ ପୁଣି ଚର୍ଚ୍ଚା ହେଉଛି । ତେବେ ଭୋଟ୍‌ ଗ୍ରହଣ ପାଇଁ ୧୧ ତାରିଖ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ ହୋଇପାରିବ । ମେ ୧୨ରେ ନାମାଙ୍କନ ଯାଞ୍ଚ, ୧୭ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟାହାର ପାଇଁ ସମୟ ରହିବ । ମେ ୩୧ରେ ଭୋଟ୍‌ ଗ୍ରହଣ, ଜୁନ୍‌ ୩ ତାରିଖରେ ଗଣତି ହେବ ।ତେବେ ସର୍ବ ସମ୍ମତିକ୍ରମେ କଣ କହିବ ଦଳମାନଙ୍କର ଏଜେଣ୍ଡା ତାହା ଦେଖିବାକୁ ବାକି ରହିଲା ।

Govt

Comments are closed.