ପୁଣି ସୀମା ସୁରକ୍ଷା ବଳ ହାତରେ ନିହତ ଆଉ ଜଣେ ଆତଙ୍କବାଦୀ

କାଶ୍ମୀର: ଜୁନ ୧୧: ହେଲା ଆଉ ଜଣେ ଶ୍ରୀନଗର: ଜୁନ ୧୧: ଦକ୍ଷିଣ କାଶ୍ମୀରର କୁଲଗାମ୍‌ ଜିଲ୍ଲା ଅନ୍ତର୍ଗତ ଖାନ୍ଦିପୋରା ଅଞ୍ଚଳରେ ନିରାପତ୍ତା ବଳଙ୍କ ସହିତ ଗୁଳିବିନିମୟ କରି ଆତଙ୍କବାଦୀ ସଙ୍ଗଠନ ହିଜ୍ୱ୍‌-ଉଲ୍‌-ମୁଜାହିଦୀନର ଜଣେ ଆତଙ୍କବାଦୀ ନିହତ । ତେବେ ଏ ଘଟଣା ହୋଇଥିବା କଥା ଆଜି ପୁଲିସ ସୂଚନା ଦେଇଛି । ଟୁଇଟ୍‌ କରି କାଶ୍ମୀର ଜୋନ୍‌ ପୁଲିସ କହିଛି, ନିଷିଦ୍ଧ ଆତଙ୍କବାଦୀ ସଙ୍ଗଠନ ହିଜ୍ୱ୍‌-ଉଲ୍‌-ମୁଜାହିଦୀନର ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି । ଗତ ରାତି ପାହାନ୍ତା ପୂର୍ବରୁ ଖାନ୍ଦିପୋରା ଅଞ୍ଚଳରେ ଏନକାଉଣ୍ଟର୍‌ ସଂଘଠିତ ହୋଇଥିଲା । ସେହିପରି, ଶୁକ୍ରବାର ଦିନ ଜମ୍ମୁ ଓ କଶ୍ମୀରର ବାରମୂଳା ଅଞ୍ଚଳରେ ଭାରତୀୟ ସେନା ଓ ଜମ୍ମୁ ଓ କଶ୍ମୀର ପୁଲିସର ମିଳିତ ଅଭିଯାନରେ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଲଶPର୍‌-ଏ-ତେବାର ୨ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ସେମାନଙ୍କଠାରୁ ବହୁ ଆପତ୍ତିଜନକ ସାମଗ୍ରୀ ମଧ୍ୟ ଉଦ୍ଧାର କରାଯାଇଛି । ଗିରଫ ଆତଙ୍କବାଦୀମାନଙ୍କଠାରୁ ଉଦ୍ଧାର କରାଯାଇଥିବା ସାମଗ୍ରୀଗୁଡ଼ିକ ମଧ୍ୟରେ ରହିଛି ୨ଟି ଚୀନ୍‌ ନିର୍ମିତ ପିସ୍ତଲ୍‌, ୧୮ଟି ଅଫୁଟା ଗୁଳି ଏବଂ ୨ ରାଉଣ୍ଡ୍‌ ମାଗାଜିନ ।ତେବେ ସେମାନଙ୍କ ନାମରେ ମାମଲା ରୁଜୁ କରିବା ପରେ ପୁଲିସ ଅଧିକ ତଦନ୍ତ ଆରମ୍ଭ କରିଛି ।

Govt

Comments are closed.