ଆରବିଆଇକୁ ବୋମା ଧମକ

ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କକୁ ବୋମା ଧମକ । ମୁମ୍ବାଇସ୍ଥିତ ଆରବିଆଇର ମୁମ୍ବାଇ କାର୍ଯ୍ୟାଳୟକୁ ବୋମାରେ ଉଡାଇଦେବାକୁ ଶୁକ୍ରବାର ଦିନ ଏକ ଧମକପୂର୍ଣ ମେଲ ଆସିଛି । ରୁଷୀୟ ଭାଷାରେ ଲେଖାଥିବା ଏକ ବାର୍ତ୍ତା ଆରବିଆଇ ଅଫିସିଆଲ ଇମେଲ ଆଇଡିକୁ ଆସିଛି । ଗତକାଲି ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା‌‌ଙ୍କ ଅଫିସିଆଲ ଇମେଲ ଆଇଡିକୁ ଏହି ଧମକ ଆସିଛି।

ଏହି ଧମକପୂର୍ଣ୍ଣ ବାର୍ତ୍ତା ବିଷୟରେ ଖବର ମିଳିବା ପରେ ମୁମ୍ବାଇ ପୁଲିସ ଭାରତୀୟ ନ୍ୟାୟ ସଂହିତା (ବିଏନଏସ)ର ଧାରା ଅନୁଯାୟୀ ବାର୍ତ୍ତା ପଠାଇଥିବା ଅଭିଯୁକ୍ତ ବିରୁଦ୍ଧରେ ମାମଲା ରୁଜୁ କରିବା ତଦନ୍ତ ଆରମ୍ଭ କରିଛି । ବ୍ୟାଙ୍କକୁ ବୋମାରେ ଉଡାଇବାକୁ ଧମକ ମିଳିଛି । ଗତ ମାସରେ ମଧ୍ୟ ଆରିବିଆଇକୁ ଏଭଳି ହିଁ ଏକ ଧମକପୂର୍ଣ୍ଣ ବାର୍ତ୍ତା ମିଳିଥିଲା । ଧମକ ଦେଇଥିବା ଅଭିଯୁକ୍ତ ନିଜକୁ ଲସ୍କର-ଏ-ତୋଇବା ବୋଲି ପରିଚୟ ଦେଇଥିଲା ।

ଅନ୍ୟପଟେ ରାଜଧାନୀ ଦିଲ୍ଲୀର ଏକାଧିକ ସ୍କୁଲକୁ ବୋମାରେ ଉଡ଼ାଇଦେବାକୁ ଧମକପୂର୍ଣ୍ଣ ମେଲ ଆସିଛି । ୪୦ସ୍କୁଲକୁ ଉଡ଼ାଇ ଦେବା ଧମକକୁ ୪ଦିନ ନପୁରୁଣୁ ପୁଣି ଆସିଛି ସ୍କୁଲ ଉଡ଼ାଇବାକୁ ଧମକପୂର୍ଣ୍ଣ ମେଲ । ସକାଳୁ ଧମକପୂର୍ଣ୍ଣ ମେଲ୍ ପାଇବା ପରେ ସ୍କୁଲ ଆସିଥିବା ସମସ୍ତ ପିଲାଙ୍କୁ ଘରକୁ ପଠାଇ ଦେଇଛନ୍ତି ସ୍କୁଲ କର୍ତ୍ତୁପକ୍ଷ । ଘଟଣାସ୍ଥଳରେ ଦିଲ୍ଲୀ ପୋଲିସ, ବମ୍ ଓ ଡଗ ସ୍କାଡ୍ ଏବଂ ଅଗ୍ନିଶମ ଅଧିକାରୀ ପହଞ୍ଚି ମେଲକୁ ଯାଞ୍ଚ କରିବା ସହ ଅଧିକ ତଦନ୍ତ ଜାରି ରଖିଛନ୍ତି । ଗତ କିଛି ଦିନ ହେବ ସ୍କୁଲ ଗୁଡ଼ିକୁ ବାରମ୍ବାର ଏପରି ଧମକ ମିଳୁଥିବା ସତ୍ତ୍ବେ କିଏ ଓ କାହିଁକି ଏଭଳି ମେଲ ପଠାଉଛି ତାହା ଏବେବି ଅସ୍ପଷ୍ଟ ।

Govt

Comments are closed.