ଭସାଣି ଶୋଭାଯାତ୍ରାରେ ବାଣ ବିସ୍ଫୋରଣ ,ICU ରେ ୯

କେନ୍ଦ୍ରାପଡା : କାର୍ତ୍ତିକେଶ୍ୱରଙ୍କ ଭଷାଣି ବେଳେ ଘଟିଗଲା ବାଣ ବିସ୍ଫୋରଣ I ଏହି ଅଘଟଣ ଘଟିଛି କେନ୍ଦ୍ରାପଡା ସଦର ଥାନା ବାଲିଆ ବଜାରରେ I କାର୍ତ୍ତିକେଶ୍ୱର ଭସାଣରେ ବାଣ ଫୁଟି ୩୦ରୁ ଅଧିକ ଆହତ ହୋଇ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି Iଏମାନନଙ୍କ ମଧ୍ୟରୁ ୯ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଇଛୁ କୁ ସ୍ଥାନାନ୍ତର କରାଯାଇଛି I

ସୂଚନାନୁସାରେ ,ଗତ କାଲିରାତି ପ୍ରାୟ ସାଢ଼େ ୯ଟା ବେଳେ ଏହି ଅଘଟଣ ଘଟିଛି I କେନ୍ଦ୍ରାପଡା ବାଲିଆରେ କାର୍ତ୍ତିକେଶ୍ୱରଙ୍କ ଭଷାଣି ଶୋଭାଯାତ୍ରାରେ ବାଣ ପ୍ରତିଯୋଗିତା ଚାଲିଥିଲା ।ଏହି ସମୟରେ ନିଆଁ ଲାଗିଥିବା ବାଣ ଟି ଆକାଶରେ ଯାଇ ଫୁଟିବା ପରିବର୍ତ୍ତେ ବୁଲିଯାଇ ଶୋଭାଯାତ୍ରାରେ ନିଆ ଯାଉଥିବା ବାଣ ଅଖା ଉପରେ ପଡିଥିଲା I ତା’ପରେ ସମସ୍ତ ବାଣ ଏକାବେଳେ ଫୁଟିବାରୁ ପ୍ରଚଣ୍ଡ ଶବ୍ଦ କରି ଚାରିଆଡ଼କୁ ଛିଟିକିବାରେ ଲାଗିଥିଲା। ଫଳରେ ଭସାଣରେ ଡିଜେ ବଜାଇ ନାଚୁଥିବା, ବାଣ ଦେଖୁଥିବା ଓ ଆଖପାଖରେ ଦୋକାନ କରିଥିବା ଲୋକଙ୍କ ଉପରେ ବାଣ ନିଆଁ ପଡ଼ିଥିଲା। ଏଥିରେ ୩୦ରୁ ଧିକ ଲୋକ ଆହତ ହୋଇଥିଲେ। ଗୁରୁତର ଆହତଙ୍କ ଶରୀରର ୬୦ରୁ ୭୦ ଭାଗ ପୋଡ଼ିଯାଇଥିବା ଜଣା ପଡିଛି Iଏମାନଙ୍କ ମଧ୍ୟରେ ୫ ଜଣ ଛୋଟ ପିଲା ଅଛନ୍ତି I

ଆହତ ହୋଇଥିବା ଗୁରୁତ୍ତରଙ୍କ ମଧ୍ୟରୁ ୩୩ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ସେହିପରି ଅନ୍ୟ ୭ ଆହତଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ଜିଲ୍ଲାପାଳ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

Govt

Comments are closed.