କାନ୍ତରା ଚାପ୍ଟର ୧କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସୂଚନା ଅନୁସାରେ ଫିଲ୍ମଟି ଆସନ୍ତା ଅକ୍ଟୋବର ୨ରେ ପରଦାକୁ ଆସିବ । ଏଥିରେ ଦର୍ଶକ ରୁକ୍ମିଣି ଭସାନ୍ଥଙ୍କୁ ଦେଖିବାକୁ ପାଇବେ । ରୁକ୍ମିଣି ଏଥିରେ ରିସଭ ସେଟ୍ଟୀଙ୍କ ସହିତ ସ୍କ୍ରିନ ସେୟାର କରିଛନ୍ତି । ଫିଲ୍ମର ପୂର୍ବ ଭାଗକୁ ଦର୍ଶକ ଖୁବ ଭଲପାଇବା ଦେଇଥିଲେ ତେଣୁ ଏହାକୁ ମଧ୍ୟ ଦର୍ଶକ ଭଲପାଇବା ଦେବେବୋଲି ମେକର୍ସ ଆଶା ରଖିଛନ୍ତି । ଏହି ପ୍ରୋଜେକ୍ଟକୁ ନେଇ ରୁକ୍ମିଣି ମଧ୍ୟ ଖୁବ ଉତ୍ସାହିତ ଅଛନ୍ତି । ଏହି ଫିଲ୍ମଟି ତାଙ୍କୁ କ୍ୟାରିୟରକୁ ଖୁବ ଭଲ ଦିଗରେ ଗତି କରାଇବ ବୋଲି ସେ ଆଶା ରଖିଛନ୍ତି । ଏହି ଫିଲ୍ମପରେ ତାଙ୍କୁ ଭଲଭଲ ପ୍ରୋଜେକ୍ଟରେ ଅଫର ମିଳିବାନେଇ ମଧ୍ୟ ସେ ଆଶାବାଦୀ ଅଛନ୍ତି । ବଲିଉଡରେ ମଧ୍ୟ କାମ କରିବାର ଉଚ୍ଛାଥିବା ରୁକ୍ମିଣି ମତ ଦେଇଛନ୍ତି ।
