ବଲିଉଡ ହାସ୍ୟ ଅଭିନେତା ଅସରାନୀଙ୍କ ପରଲୋକ

0

ମୁମ୍ବାଇ: ପବିତ୍ର ଦୀପାବଳିରେ ମନୋରଞ୍ଜନ ଜଗତରୁ ଆସିଛି ଦୁଃଖଦ ଖବର । ପ୍ରସିଦ୍ଧ ହାସ୍ୟ ଅଭିନେତା ଅସରାନୀଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସବି ହୋଇଥିଲା । ଅସୁସ୍ଥ ଅନୁଭବ କରିବାରୁ ୪ ଦିନ ପୂର୍ବରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସୋମବାର ଅପରାହ୍ଣ ୪ଟାରେ ଦେହାନ୍ତ ହୋଇଥିବା ନେଇ ତାଙ୍କ ପୁତୁରା ଅଶୋକ ଅସରାନୀ ସୂଚନା ଦେଇଛନ୍ତି ।

ଅସରାନୀଙ୍କ ମ୍ୟାନେଜର ବାବୁ ଭାଇ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି , ଅସରାନିଙ୍କ ଫୁସଫୁସରେ ପାଣି ଜମିଥିବା ଜଣା ପଡ଼ିବା ପରେ ତାଙ୍କୁ ଚାରି ଦିନ ପୂର୍ବରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ, ଅସରାନୀ ଇନଷ୍ଟାଗ୍ରାମରେ ତାଙ୍କ ପ୍ରଶଂସକମାନଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଥିଲେ ।

ସେପଟେ ତାଙ୍କ ମୃତ୍ୟୁ ପରେ ଖବର ପ୍ରଚାର ନକରିବାକୁ ଦେହାନ୍ତ ପୂର୍ବରୁ ନିଜ ପତ୍ନୀଙ୍କୁ କହିଥିଲେ ଅସରାନୀ। ସେ ଚାହୁଁ ନ ଥିଲେ ତାଙ୍କ ମୃତ୍ୟୁ ପରେ ଶୋକର ମାହୋଲ ହେଉ। ତେଣୁ ପରଲୋକର କିଛି ଘଣ୍ଟା ପରେ ଅସରାନୀଙ୍କୁ ପରିବାର ଲୋକେ ଅନ୍ତିମ ସଂସ୍କାର କରିଥିଲେ।ମୁମ୍ବାଇର ଶାନ୍ତିନଗର ଶ୍ମଶାନରେ ପଞ୍ଚଭୂତରେ ବିଲୀନ ହୋଇଯାଇଛନ୍ତି ଗୋବର୍ଦ୍ଧନ ଅସରାନୀ । ବିଶିଷ୍ଟ ଅଭିନେତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ବହୁ ବିଶିଷ୍ଟ ବ୍ୟକ୍ତି ।

​​​​​​​ଅସରାନୀ ୧୯୪୧ ଜାନୁଆରୀ ୧ରେ ଜୟପୁରରେ ଜନ୍ମଗ୍ରହଣ କରିଥିଲେ। ସେ ଜୟପୁରର ସେଣ୍ଟ ଜାଭିୟର୍ସ ସ୍କୁଲରେ ପଢିଥିଲେ। ତା’ପରେ ସେ ରାଜସ୍ଥାନ କଲେଜରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ଅସରାନୀ ୧୯୬୭ ମସିହାରେ “ହରେ କାଞ୍ଚ କି ଚୁଡିଆଁ” ଚଳଚ୍ଚିତ୍ର ମାଧ୍ୟମରେ ସିନେମା ଜଗତରେ ପାଦ ଦେଇଥିଲେ। ଏହା ପରେ ସେ ଆଉ ପଛକୁ ଫେରି ଚାହିଁ ନଥିଲେ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.