ଭୁବନେଶ୍ୱରରେ EKTA କାର୍ଯ୍ୟକ୍ରମର ଉଦ୍ଘାଟନ କଲେ ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ

ଭୁବନେଶ୍ୱର: ଜାତୀୟ ହସ୍ତତନ୍ତ ଦିବସ ୨୦୨୫ ନେଇ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମାଧୁରୀ । ଓଡ଼ିଶାରେ EKTA ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି ରାଜ୍ୟ ସରକାର । ଆଜି ଉଦ୍ଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ରାଜ୍ୟପାଳ ଓ ସ୍ୱତନ୍ତ୍ର ଅତିଥି ଭାବେ ମାଧୁରୀ ଯୋଗ ଦେଇଛନ୍ତି । ଓଡ଼ିଶା ହସ୍ତତନ୍ତର ବ୍ରଣ୍ଡ ଆମ୍ବାସଡର ରହିଛନ୍ତି ମାଧୁରୀ । ଜାତୀୟ ହସ୍ତତନ୍ତ ଦିବସରେ ଓଡ଼ିଶା ହସ୍ତତନ୍ତର କଥା କହିଲେ ମାଧୁରୀ ଦୀକ୍ଷିତ । ବୋମକାଇ ଓ ସମ୍ବଲପୁରୀ ଏହା କେବଳ ବୟନ ଓ ହସ୍ତତନ୍ତ ନୁହଁ ଇକତା ବୋଲି କହିଥିଲେ ମାଧୁରୀ । ଏହା ଓଡ଼ିଆଙ୍କ ସୃଜନଶୀଳତା ଏବଂ କଳା ଏବଂ ଅସ୍ମିତାର ବନ୍ଧନର ଜୀବନ୍ତ ପ୍ରମାଣ । ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଜନତା ମଇଦାନରେ ମେଳା ଲାଗି ରହିଛି । ବାହାର ରାଜ୍ୟର ବୁଣାକାରମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ।

Launching Ceremony of “AYUSHMAN BHARAT

Comments are closed.