କୃଷି ଆଇନ ପ୍ରତ୍ୟାହରକୁ ନେଇ କଙ୍ଗନାଙ୍କ ବୟାନ

ମୁମ୍ବାଇ: ନଭେମ୍ବର ୧୯: ତିନି କୃଷି ଆଇନ ପ୍ରତ୍ୟାହାର ହେବା ପରେ କୃଷକମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି । ପଞ୍ଜାବ ଓ ହରିୟାଣାର କୃଷକ ମିଠା ବାଣ୍ଟି ନିଜର ଖୁସି ଜାହିର କରିଛନ୍ତି । ଏହିପରି ଖୁସିର ମାହୋଲରେ ସମସ୍ତେ କୃଷକଙ୍କ ସମର୍ଥନ କରି ସେମାନଙ୍କୁ ଶୁଭେଚ୍ଛା ଦେଉଛନ୍ତି । ତେବେ ବଲିଉଡ୍‌ର ବହୁ କଳାକାର କୃଷକଙ୍କୁ ଶୁଭେଚ୍ଛା ଦେଉଥିଲା ବେଳେ କଙ୍ଗନା ଏହାର ଓଲଟା କାର୍ଯ୍ୟ କରିଛନ୍ତି ।
କୃଷି ଆଇନ ପ୍ରତ୍ୟାହାର ହେବା ପରେ ପଙ୍ଗା କୁଇନ୍‌ କଙ୍ଗନା ରଣାୱତ୍‌ ରାଗି ଯାଇଛନ୍ତି । ଭିକ ସ୍ୱାଧୀନତା ଏବଂ ଗାନ୍ଧିଜୀଙ୍କୁ ଟାର୍ଗେଟ୍‌ କରିବା ପରେ ଏବେ ମୋଦି ସରକାରଙ୍କ ନିଷ୍ପତ୍ତିକୁ ନେଇ ସେ ଉଠାଇଛନ୍ତି ଆପତ୍ତି ।

ସେ ଟୁଇଟ୍‌ କରି ଲେଖିଛନ୍ତି, ଏହା ଦୁଃଖଦାୟକ ଏବଂ ଲଜ୍ଜାଜନକ ଓ ଭୁଲ୍‌ ନିଷ୍ପତ୍ତି । ଯଦି ସଂସଦରେ ବସୁଥିବା ସରକାରଙ୍କ ବଦଳରେ ରାସ୍ତାରେ ବହୁଥିବା ଲୋକେ ଆଇନ ପ୍ରଣୟନ କରିବା ଆରମ୍ଭ କରନ୍ତି ତେବେ ଏହା ମଧ୍ୟ ଏକ ଜିହାଦୀ ଦେଶ । ଯେଉଁମାନେ ଏହା କରନ୍ତି ସେମାନଙ୍କୁ ମୋର ଅଭିନନ୍ଦନ । କଙ୍ଗନାଙ୍କ ଏହି ବୟାନ ପରେ ବହୁ କୃଷକ ତାଙ୍କ ବିପକ୍ଷରେ ଟୁଇଟ୍‌ କରିଛନ୍ତି ।

ଅନ୍ୟପକ୍ଷରେ, ବଲିଉଡ ଅଭିନେତା ସୋନୁ ସୁଦ , ରିଚା ଚzା, ତାପସୀ ପନ୍ନୁ ଓ ହିମାଂଶି ଖୁରାନା ଭଳି ଅନେକ ସେଲେବ୍ରିଟି ତିନି କୃଷି ଆଇନ୍‌ ପ୍ରତ୍ୟାହରକୁ ନେଇ ସମର୍ଥନ ଜଣାଇଛନ୍ତି । ସେହିପରି ସୋଦୁ ସୁଦ ଟୁଇଟ୍‌ କରି କରି ମୋଦିଙ୍କୁ ସ୍ୱାଗତ ଜଣାଇଛନ୍ତି ।

Comments are closed.