ବଲିଉଡ ଅଭିନେତା ସତୀଶ ଶାହଙ୍କ ପରଲୋକ

0

ମୁମ୍ବାଇ : ଆଉ ନାହାନ୍ତି ବିଶିଷ୍ଟ ଅଭିନେତା ସତୀଶ ଶାହ । ଶନିବାର ୨.୩୦ ସମୟରେ ଚିକିତ୍ସାଧୀନ ଅବସ୍ଥାରେ ମୁମ୍ବାଇର ଘରୋଇ ହିନ୍ଦୁଜା ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା । ସତୀଶ ଶାହଙ୍କ ପରଲୋକ ନେଇ ତାଙ୍କ ଘନିଷ୍ଠ ବନ୍ଧୁ ତଥା ଚଳଚ୍ଚିତ୍ର ନିର୍ମାତା ଅଶୋକ ପଣ୍ଡିତ ଏକ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ସୂଚନାନୁସାରେ,ସତୀଶ ଦୀର୍ଘଦିନ ହେବ କିଡନୀ ଜନିତ ରୋଗରେ ଆକ୍ରାନ୍ତ ଥିଲେ। କରିଛନ୍ତି। ଆଜି ଘରେ ଥିବାବେଳେ ହଠାତ ତାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ପୁଣି ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ସେଠାରେ ତାଙ୍କର ଦେହାନ୍ତ ଘଟିଥିଲା । ସତୀଶଙ୍କ ମୃତ୍ୟୁରେ ବଲିଉଡ ତଥା ଅଭିନୟ ଜଗତରେ ଶୋକର ଛାୟା ଖେଳିଯାଇଛି ।

ସତୀଶ ଶାହ ୨୫ ଜୁନ୍ ୧୯୫୧ରେ ବମ୍ବେରେ ଏକ କଚ୍ଛ ଗୁଜୁରାଟୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ୧୯୭୮ ମସିହାରେ ଅରବିନ୍ଦ ଦେଶାଇ କି ଆଜିବ ଦାସ୍ତାନ ସହିତ ତାଙ୍କର ଚଳଚ୍ଚିତ୍ର ଡେବ୍ୟୁ କରିଥିଲେ। ତାଙ୍କ ଅଭିନୀତ ଟେଲିଭିଜନ ସିରିଏଲ ‘ସାରାଭାଇ ଭର୍ସେସ ସାରାଭାଇ’,‘ଜାନେ ଭି​‌ ଦୋ ୟାରୋ’ ଏବଂ ‘ତାଙ୍କର ଚଳଚ୍ଚିତ୍ର କ୍ୟାରିଅରରେ ସେ ହମ ସାଥ ସାଥ ହେଁ , କାଲ ହୋ ନା ହୋ, ମୁଝ ସେ ଶାଦୀ କରୋଗୀ, ମେ ହୁଁ ନା’ ଭଳି ଚଳଚ୍ଚିତ୍ରରେ ନିଖୁଣ ଅଭିନୟ କରି ସେ ବେଶ୍‌ ଲୋକପ୍ରିୟତା ହାସଲ କରିଥିଲେ।ରବିବାର ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି କୁହାଯାଇଛି।

Launching Ceremony of “AYUSHMAN BHARAT
Leave A Reply

Your email address will not be published.