ମାଲକାନଗିରି : କଇଁଛ ବୋଝେଇ ବୋଲେରୋ ଜବତ କଲା ମାଲକାନଗିରି ଜିଲ୍ଲା ମୋଟୁ ବନ ବିଭାଗ । କୋଣ୍ଟା ବ୍ରିଜ୍ ରୁ ବୋଲେରୋକୁ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି। ବୋଲେରୋ ରୁ ପ୍ରାୟ ୧୦୭୮ଟି କଇଁଛ ଜବତ କରାଯାଇଛି ।
ସୂଚନା ଅନୁଯାୟୀ ,କଇଁଛ ଚୋରା ଚାଲାଣ ହେଉଥିବା ନେଇ ମାଲକାନଗିରି ବନ ଅଧିକାରୀଙ୍କୁ ବିଶେଷ ସୂତ୍ରରୁ ଖବର ମିଳିଥିଲା। ପରେ ବନ ଅଧିକାରୀ ସାଇ କିରଣ ଡିଏନ୍ ଙ୍କ ନିର୍ଦେଶରେ ବନ ବିଭାଗର ଦୁଇଟି ଟିମ୍ ଛତିଶଗଡର କୋଣ୍ଟା ବ୍ରିଜ୍ ଓ ମୋଟୁ ବ୍ରିଜ୍ ରେ ପାଟ୍ରୋଲିଂ କରିଥିଲେ। ଏତିକି ବେଳେ ଏକ ବୋଲେରୋ ଦ୍ରୁତ ଗତିରେ ଯାଉଥିବାଦେଖି ଅଟକାଇ ଯାଂଚ କରିଥିଲେ। ବୋଲେରୋରୁ ପ୍ରାୟ ୧୦୭୮ଟି କଇଁଛ ଜବତ କରାଯିବା ସହ ଚୋରା ଚାଲାଣରେ ସମ୍ପୃକ୍ତ ଥିବା ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।