ବଲାଙ୍ଗିର : ବଲାଙ୍ଗିର ସହରରେ ହୋଇଥିବା ସିରିଜ୍ ଦୁର୍ଘଟଣାରେ ଆସିଛି ନୂଆ ଟ୍ୱିଷ୍ଟ । ସହରରେ ଶନିବାର ପୂର୍ବାହ୍ନରେ ହୋଇଥିଲା ବଡ଼ ଧରଣା ଦୁର୍ଘଟଣା । ପୋଲିସ ତଦନ୍ତ ଓ ସିଓିଟିଭିକୁ ଦେଖିଲେ ଜଣାପଡ଼ିଛି ଦୁର୍ଘଟଣା ପଛରେ ରହିଛି ହତ୍ୟା ଷଢ଼ଯନ୍ତ୍ର ।
ଦୁର୍ଘଟଣା ନୁହେଁ, ଏହା ପଛରେ ଥିଲା ବଡ଼ ଧରଣର ହତ୍ୟା ଷଡ଼ଯନ୍ତ୍ର । ଆଉ ଏହି ଷଢ଼ଯନ୍ତ୍ରକାରୀ ଜଣେ ବଡ଼ ଧରଣର ଅପରାଧୀ । ଗାଡ଼ି ଚଢ଼ାଇ ହତ୍ୟା କରିବାକୁ ରଚାଯାଇଥିଲା ଦୁର୍ଘଟଣା ଷଡ଼ଯନ୍ତ୍ର । ତେବେ ଏହାର ପର୍ଦ୍ଦାଫାସ କରିଛି ସିସିଟିଭି । ସିସିଟିଭିରେ କଏଦ ଦୃଶ୍ୟ ଦେଖିଲେ କୌଣସି ଦ୍ୱନ୍ଦ ରହୁନି ଯେ ମିନି ଟ୍ରକଫି ଉଦ୍ଦେଶ୍ୟମୂଳକ ଭାବେ ତା’ ଆଗରେ ଯାଉଥିବା ବାଇକ୍ କୁ ପିଟି ଥିଲା । ଆଉ ତା’ପରେ ସାମ୍ନାରୁ ଆସୁଥିବା ଟ୍ରକରେ ବାଡ଼େଇ ହୋଇଥିଲା ।
ତେବେ ପୁଲିସ୍ ଘଟଣାର ଅଧିକ ତଦନ୍ତ କରୁଛି । ପ୍ରାରମ୍ଭରେ ପୁଲିସ୍ ମଧ୍ୟ ଏହା ଏକ ଦୁର୍ଘଟଣା ବୋଲି ଧରିନେଇଥିଲା । କି;ୁ ଏହି ଦୁର୍ଘଟଣାରେ ଆହତ ଚିତ୍ତ ମହାନ୍ତି ଓ ସାନୁ ନାୟକ ସେମାନଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରାଯାଇଥିଲା ବୋଲି ଅଭିଯୋଗ କରିଥିଲେ । ଆହତ ଚିତ୍ତଙ୍କ କାହା ନାମ ନେଇ ନଥିବା ବେଳେ ତାଙ୍କ ନାମ ନେଇଥିଲେ ସାନୁ । ପରେ ସାମ୍ନାକୁ ଆସିଥିଲା ଦୁର୍ଘଟଣାସ୍ଥଳରେ ଲାଗିଥିବା ସିସିଟିଭିରେ କଏକ ଦୃଶ୍ୟ । ଏବେ ପୁଲିସ୍ ବି ସନ୍ଦେହ କରୁଛି ଯେ, ଏହି ଦୁର୍ଘଟଣା ପଛରେ ରହିଛି ହତ୍ୟା ଷଡ଼ଯନ୍ତ୍ର । ସେଥିପାଇଁ ପୁଲିସ୍ ଚିତ୍ତ ମହାନ୍ତି ଓ ତାଙ୍କର ୨ ସହଯୋଗୀଙ୍କୁ ଅଟକ ରଖିଛି ।
ଚିତ୍ତଙ୍କ ନାମରେ ଆଇପିସିର ଧାରା ୩୦୭ (ହତ୍ୟା ଉଦ୍ୟମ), ୩୦୨ (ହତ୍ୟା) ଓ ୧୨୦ ବି (ଷଡ଼ଯନ୍ତ୍ର) ଦଫା ଲଗାଇଛି ବୋଲି ବଲାଙ୍ଗିର ଏସଡ଼ିିପିଓ ତୋଫାନ ବାଗ କହିଛନ୍ତି । ଦଫାଗୁଡ଼ିକୁ ଦେଖିଲେ ଲାଗୁଛି ପୁଲିସ୍ ହାତରେ ଠୋସ୍ ପ୍ରମାଣ ଲାଗି ସାରିଛି ।
ବାଇକ୍ କୁ ପିଟିଥିବା ମିନି ଟ୍ରକକୁ ନିଜେ ଚିତ୍ତ ମହାନ୍ତି ଚଳାଉଥିଲେ । ସିସିଟିଭି ଫୁଟେଜରୁ ଏହା ସ୍ପଷ୍ଟ ହୋଇସାରିଛି । ଯଦିଓ ସେ ଶନିବାର କହିଥିଲେ ଯେ ରାସ୍ତାକଡ଼ରେ ଛିଡ଼ା ହୋଇଥିଲେ । ଚିତ୍ତଙ୍କ ସହିତ ମିନି ଟ୍ରକରେ ଆଉ ଜଣେ ଥିଲେ । ସେ ଡ୍ରାଇଭର ବୋଲି କୁହାଯାଉଛି । ଚିତ୍ତ ମହାନ୍ତିଙ୍କ ବାମ ଗୋଡ଼ ଭାଙ୍ଗି ଯାଇଛି । ତେଣୁ ହସ୍ପିଟାଲରେ ପୁଲିସ୍ ହେପାଜତରେ ତାଙ୍କର ଚିକିତ୍ସା ଚାଲିଛି । ଚିତ୍ତ ଶନିବାର ଚିକିତ୍ସା ପାଇଁ ୱାଲଟିୟର ଯାଉଥିବା ବେଳେ ଓଡ଼ିଶା-ଆନ୍ଧ୍ର ସୀମା ଥେରୁବାଲି ନିକଟରେ ତାଙ୍କୁ ସ୍ଥାନୀୟ ପୁଲିସ୍ ଅଟକାଇ ଥିଲା । ପରେ ତାଙ୍କୁ ବଲାଙ୍ଗିର ଅଣାଯାଇ ଚିକିତ୍ସା କରାଯାଉଛି । ଚିତ୍ତଙ୍କ ଅନ୍ୟ ଦୁଇ ସହଯୋଗୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି ।
ଶନିବାର ମିନି ଟ୍ରକ୍ ଧMାରେ ଶ୍ରୀକାନ୍ତ ବାଗଙ୍କ ମୃତ୍ୟୁ ହୋଇଥିଲା । ତେବେ ତାଙ୍କୁ ହତ୍ୟା କରିବାକୁ ଏହି ଷଡ଼ଯନ୍ତ୍ର ହୋଇ ନଥିଲା । ବାଇକରେ ତାଙ୍କ ପଛରେ ବସିଥିବା ସାନୁ ନାୟକ ଥିଲେ ଟାର୍ଗେଟରେ । ଅଭିଯୁକ୍ତ ଚିତ୍ତ ମହାନ୍ତିଙ୍କ ସହିତ ତାଙ୍କର ଜମିକୁ ନେଇ ବିବାଦ ଚାଲିଛି । ସେଥିପାଇଁ ଏ ଘଟଣା ପଛରେ ଚିତ୍ତ ମହାନ୍ତିଙ୍କ ହାତ ରହିଛି ବୋଲି ସାନୁ ଅଭିଯୋଗ କରିଥିଲେ । ତାଙ୍କୁ ମାରିବାକୁ ଷଡ଼ଯନ୍ତ୍ର ରଚା ଯାଇଥିଲା ସେ କହିଥିଲେ ।
ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ସାନୁଙ୍କ ବଡ଼ ଭାଇଙ୍କୁ ମଧ୍ୟ ଗାଡ଼ି ଚପାଇ ହତ୍ୟା କରିବାକୁ ଉଦ୍ୟମ ହୋଇଥିଲା । ସେ ବି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।
Comments are closed.