କେନାଲରୁ କାର ସହ ମୃତଦେହ ଉଦ୍ଧାର

ନଖରା : କେନାଲ ଭିତରୁ କାର ସହ ଯୁବକଙ୍କ ମୃତଦେହ ଉଦ୍ଧାର I କଟକ ସଦର ଥାନା ଅଧୀନ ନୁଆକାଚରାମାଳ ସ୍ଥିତ କେନାଲରୁ ମଙ୍ଗଳବାର କାର୍‌ ସହ ଜଣେ ଯୁବକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତ ଯୁବକ ହେଉଛନ୍ତି ଅନିମେଶ ଜେନା I ଘର ବମ୍ପକୁଦ ବୋଲି ଜଣାପଡିଛି। ଗତ ବିଳମ୍ବିତ ରାତିରେ କୌଣସି କାରଣରୁ କାରଟି କେନାଲ ଭିତରକୁ ଖସି ପଡିଥିବା ଅନୁମାନ କରାଯାଉଛି I ଖବର ପାଇ କଟକ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀ ସହୟତାରେ ମୃତଦେହ ଉଦ୍ଧାର କରିଥିଲା। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ଏସିବି ମେଡିକାଲକୁ ପଠାଇଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସୂଚନାନୁସାରେ,ମିଳିଥିବା ସୂଚନା ମୁତାବକ ଅନିମେଶ ସୋମବାର ରାତିରେ କାର ଧରି ଘରୁ କୌଣସି ଏକ କାମରେ ବାହାରକୁ ଯାଇଥିଲେ। ହେଲେ ସେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ଫେରି ନ ଥିଲେ। ଏପରିକି ତାଙ୍କ ମୋବାଇଲ ବନ୍ଦ ଥିବାରୁ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ। ମଙ୍ଗଳବାର ସକାଳୁ ସ୍ଥାନୀୟ ଲୋକେ ମର୍ଣ୍ଣିଂ ଓ୍ବାକ୍‌ରେ ଯାଉଥିବା ବେଳେ କେନାଲରେ ଏକ କାର ଭାସୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ଅଗ୍ନିଶମ ବାହିନୀ ସହଯୋଗରେ କେନାରୁ ଅନିମେଶଙ୍କ ମୃତଦେହ ଉଦ୍ଧାର କରିଥିଲା।

Launching Ceremony of “AYUSHMAN BHARAT

Comments are closed.