ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ଏଥିପାଇଁ ସକାଳୁ ସକାଳୁ ବିଭିନ୍ନ ଶୈବପୀଠରେ କାଉଡିଆଙ୍କ ଭିଡ ଦେଖାଦେଇଛି । ହଜାର ହଜାର ବୋଲବମ୍ ଭକ୍ତ ଭୋଳା ବାବାଙ୍କୁ ଜଳ ଲାଗି କରୁଛନ୍ତି । ଲୋକନାଥଙ୍କଠୁ ଲିଙ୍ଗରାଜ, ଧବଳେଶ୍ୱରଙ୍କଠୁ ପଞ୍ଚଲିଙ୍ଗେଶ୍ୱର ରାଜ୍ୟର ସମସ୍ତ ଶୈବପୀଠରେ ହଜାର ହଜାର କାଉଡ଼ିଆଙ୍କ ଭିଡ଼ ଜମିଛି । ଧବଳେଶ୍ୱର ପୀଠକୁ ବାହୁଙ୍ଗି ମନା ହୋଇଥିବାରୁ କେବଳ କଳସ ଧରି ଝୁଲାପୋଲ ଦେଇ ମନ୍ଦିର ଭିତରକୁ ଯାଉଛନ୍ତି ଶ୍ରଦ୍ଧାଳୁ । କରୋନା କଟକଣା ପାଇଁ ଗତ ୨ ବର୍ଷ ହେବ ଅନୁମତି ମିଳିନଥିବାରୁ ଏବର୍ଷ ବଢିଛି ବୋଲବମ୍ ଭକ୍ତଙ୍କ ସଂଖ୍ୟା । ସେପଟେ କାଉଡ଼ିଆମାନେ ଶୃଙ୍ଖଳିତ ଭାବେ ଜଳ ଲାଗି କରିବା ସହ ଦର୍ଶନ ସୁରୁଖୁରୁରେ କରିବା ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।
Comments are closed.