ମୁମ୍ବାଇ: ବଲିଉଡ୍ ଅଭିନେତା ଅଭିଷେକ ବଚ୍ଚନ ଏବଂ ଅଭିନେତ୍ରୀ ଚିତ୍ରାଙ୍ଗଦା ସିଂହ ଅଭିନୀତ ଫିଲ୍ମ ‘ବବ୍ ବିଶ୍ୱାସ’ର ଟ୍ରେଲର ରିଲିଜ୍ ହୋଇଛି । ଟ୍ରେଲର ଲଞ୍ଚ୍କୁ ନେଇ ଲିଡ୍ ରୋଲ୍ରେ ଥିବା ଚିତ୍ରାଙ୍ଗଦା ସେନ୍ କହିଛନ୍ତି, ବବ୍ ବିଶ୍ୱାସ ଏକ ନିଆରା ଫିଲ୍ମ । ଏହି ଫିଲ୍ମର ଏକ ଅଂଶ ହୋଇ ମୁଁ ଗର୍ବ ଅନୁଭବ କରୁଛି । ଫିଲ୍ମ କାହାଣୀରେ, ଜଣେ ମଧ୍ୟମ ଆୟୁ ବ୍ୟକ୍ତିଙ୍କ ହିଟ୍ମ୍ୟାନ ବବ୍ ବିଶ୍ୱାସ୍ଙ୍କ ଯାତ୍ରାକୁ ପ୍ରଦର୍ଶିତ କରାଯାଇଛି, ଯିଏ ଦୀର୍ଘ ଦିନ ଧରି କୋମାରେ ରହିବା ପରେ ସାଧାରଣ ଜୀବନକୁ ପ୍ରତ୍ୟାବର୍ତ୍ତନ କରୁଛି ଏବଂ ସ୍ମୃତି ଶକ୍ତିକୁ ହରାଇ ବସିଛି ।
ଯାହାପରେ କାହାଣୀ ଆଗକୁ ବଢ଼ିଛି ଏବଂ ଫିଲ୍ମରେ ବିଭିନ୍ନ ଟ୍ୱିଷ୍ଟ ଦେଖିବାକୁ ମିଳିଛି । ଏହି ଟ୍ରେଲରରେ ଅଭିଷେକ ବଚ୍ଚନଙ୍କ ସଲିଡ୍ ଟ୍ରାନ୍ସଫର୍ମେସନ୍ ସମସ୍ତଙ୍କ ପସନ୍ଦ ଆସିଛି । ସେ ଏଥିରେ ଜଣେ କଣ୍ଟ୍ରାକ୍ଟ କିଲର୍ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ଟ୍ରେଲରରେ ହିଁ ଅଭିଷେକଙ୍କ ଅଭିନୟ ବେଶ୍ ପ୍ରଶଂସନୀୟ ହୋଇଛି । ଗତ କିଛି ଫିଲ୍ମରେ ନିଜ ଚରିତ୍ର ଉପରେ ଅଭିଷେକ ପରୀକ୍ଷଣ କରିଚାଲିଛନ୍ତି, ଯାହା ଦ୍ୱାରା ତାଙ୍କର ଅଭିନୟ ଦକ୍ଷତା ସଠିକ୍ ଭାବେ ବାରି ହୋଇପଡ଼ୁଛି ।
ବବ୍ ବିଶ୍ୱାସ ଫିଲ୍ମଟି ୩ ଡିସେମ୍ବରରେ ଓଟିଟି ପ୍ଲାଟଫର୍ମ ଜି ଫାଇଭ୍ରେ ରିଲିଜ୍ କରିବ । ଦୀୟା ଅନ୍ନପୂର୍ଣ୍ଣା ଘୋଷଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମକୁ ଗୌରୀ ଖାନ୍, ସୁଜୋୟ ଘୋଷ ଏବଂ ଗୌରବ ବର୍ମା ପ୍ରଯୋଜନା ଦେଇଛନ୍ତି । ଏହାସହ ଫିଲ୍ମର ନିର୍ମାଣ ଶାହାରୁଖ ଖାନଙ୍କ ପ୍ରଡକ୍ସନ ହାଉସ ରେଡ୍ ଚିଲିଜ୍ ଏଣ୍ଟରଟେନ୍ମେଣ୍ଟ ଦ୍ୱାରା କରାଯାଇଛି ।
Comments are closed.