କେନ୍ଦୁଝର : ପରିତ୍ୟକ୍ତ କୂଅରେ ଗଳି ପଡିଲେ ୨୦ ରୁ ଉର୍ଦ୍ଧ୍ବ ବାରହା । କେନ୍ଦୁଝର ସଦର ରେଞ୍ଜ ଅନ୍ତର୍ଗତ ଭଗାମୁଣ୍ଡା ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଖାଦ୍ୟ ଅନ୍ବେଷଣରେ ଆସି କୂଅରେ ପଡ଼ି ଯାଇଥିବା ଅନୁମାନ କରାଯାଉଛି । ଖବରପାଇ ବନ ବିଭାଗ କର୍ମଚାରୀମାନେ ପହଞ୍ଚି ବାରହାପଲଙ୍କୁ ଜେସିବି ସହାୟତାରେ ଉଦ୍ଧାର କରିବାକୁ ଉଦ୍ୟମ ଚଳାଇଛନ୍ତି।
ସୂଚନା ଅନୁସାରେ, ବାରହାମାନେ ରାତି ସମୟରେ ଖାଦ୍ୟ ଅନେଷ୍ବଣରେ ଗାଁ ମୁହାଁ ହୋଇଥିବା ଅନୁମାନ କରାଯାଉଛି। ଅନ୍ଧାର ଯୋଗୁ ସେମାନେ ଗାଁର ଏକ କୂଅରେ ଖସିପଡ଼ିଛନ୍ତି। ବାରହା ପଲରେ ୨୦ ବାରହା ଥିବା ଜଣାପଡ଼ିଛି। ଗ୍ରାମବାସୀ ସକାଳେ ଦେଖିବା ପରେ ବନ ବିଭାଗକୁ ଖବର ଦେଇଥିଲେ। ତୁରନ୍ତ ବନ ବିଭାଗ କର୍ମଚାରୀମାନେ ପହଞ୍ଚି ସେମାନଙ୍କୁ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ।

Comments are closed.