BMC ର ମନମାନି ,ତାତିଲେ ଉଠା ଦୋକାନୀ

ଭୁବନେଶ୍ୱର : ପୁରୁଷ ହକି ବିଶ୍ୱକପ ପୂର୍ବରୁ ରାଜଧାନୀର କାୟା ପରିବର୍ତନ ହେଉଛି I ସୌନ୍ଦର୍ଯ୍ୟ କରଣ ନାମରେ ବିଏମସି କରୁଛି ରାଜପଥ ପ୍ରଶସ୍ତି କରଣ I ରାସ୍ତା ପାର୍ଶ୍ୱରେ ଥିବା ଉଠା ଦୋକାନୀଙ୍କୁ କରାଯାଉଛି ଉଚ୍ଛେଦ I ସରକାରଙ୍କ ନିର୍ଦ୍ଦେଶ ମୁତାବକ ସବୁ ଦୋକାନକୁ ଡୋଜର ଲଗାଇ ଭଙ୍ଗା ଯାଉଛି । କିନ୍ତୁ ରାତିରେ ନୋଟିସ ଦେଇ ସକାଳେ ଚାଲିଛି ଦୋକାନ ଭଙ୍ଗା ଅଭିଯାନ I ଏପଟେ ବିନା ଥଇଥାନରେ ଉଠା ଦୋକାନୀଙ୍କ ପେଟକୁ ଲାତ ମରାଯାଉଥିବାରୁ ,ଏହି ଦୋକାନୀ କିପରି ଗୁଜୁରାଣ ମେଣ୍ଟାଇବେ ତାହା ବର୍ତ୍ତମାନ ପ୍ରଶ୍ନବାଚୀ । BMC ର ଏପରି ମନମୁଖୀ କାର୍ଯ୍ୟକୁ ନେଇ ଭୁବନେଶ୍ୱର ରାଜରାସ୍ତାକୁ ଓହ୍ଲାଇଛନ୍ତି ଉଠା ଦୋକାନୀ ।

ସୂଚନା ଅନୁଯାୟୀ, ଡମଣା ଓ ପଟିଆ ଅଞ୍ଚଳର ରାସ୍ତା କଡ଼ରେ ଥିବା କିଛି ଦୋକାନ ଆଜି ଭଙ୍ଗା ଯାଇଥିଲା । ଏହାକୁ ପ୍ରତିବାଦ କରି କିଛି ଉଠା ଦୋକାନୀ ରାସ୍ତାକୁ ଓହ୍ଲାଇଛଇନ୍ତି । ତାଙ୍କ କହିବା ଅନୁସାରେ BMC ବିନା ଥଇଥାନ କରି କିପରି ଦୋକାନ ଉଚ୍ଛେଦ କରୁଛି ଏବଂ ଆଗକୁ ସେମାନେ କିପରି ଗୁଜୁରାଣ ମେଣ୍ଟାଇବେ । ବିଏମସି ପ୍ରଥମେ ଥଇଥାନ କରୁ ପରେ ଦୋକାନ ଉଠାଉ ବୋଲି ଦାବି ଜଣାଇଛନ୍ତି ।

Launching Ceremony of “AYUSHMAN BHARAT

Comments are closed.