ରାଜଧାନୀ ହାଟ ଗୁଡିକ ପାଇଁ ଏସଓପି ଲାଗୁ କରିବ ବିଏମସି

0

ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ହାଟ ପାଇଁ ଏସ୍‌ଓପି ଆଣିବ ବିଏମ୍‌ସି। ପ୍ରମୁଖ ୨୦ଟି ବଡ ହାଟ ପାଇଁ ଏସ୍‌ଓପି ଲାଗୁ ହେବ। ଏନେଇ ବିଏମ୍‌ସି ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି । ବିଏମ୍‌ସି ଅଧିକାରୀଙ୍କ ଉପସ୍ଥିତିରେ ହାଟ କମିଟି ନିର୍ବାଚନ ହେବ । ସବୁ ହାଟ ଦୋକାନୀଙ୍କ ପାଇଁ ଗ୍ରୁପ୍ ଇନ୍ସୁରାନ୍ସ ହେବ। ହାଟରେ ଏନ୍ସଫୋର୍ସମେଣ୍ଟ କଡାକଡି ହେବ। କୌଣସି ଦୋକାନୀ ଜରିପାଲ ଟାଣି ପାରିବେନାହିଁ। ଏବଂ ରାସ୍ତା ଉପରକୁ ମାଡି ବ୍ୟବସାୟ କରିପାରିବେନି ।

ସୂଚନାନୁସାରେ,ଗତକାଲି ଦିନ ଦି’ପହରେ ଭୁବନେଶ୍ୱର ୧ ନମ୍ବର ହାଟରେ ଭୟାବହ ଅଗ୍ନିକାଣ୍ଡ ଘଟି ପ୍ରାୟ ୬/୭୦ ଦୋକାନ ଘର ଜାଳି ଭସ୍ମୀଭୂତ ହୋଇଯାଇଛି । ଏହାର କାରଣ ଅସ୍ପଷ୍ଟ ରହିଥିଲେ ମଧ୍ୟ ବ୍ୟାପକ କ୍ଷତି ହୋଇଛି ଇ ଏହି ଘଟଣାପରେ ବିଏମସି ପକ୍ଷରୁ ଏସଓପି ଲାଗୁକରିବା ନେଇ ଘୋସସନା କରାଯାଇଛି ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.