ଭୁବନେଶ୍ୱର : ଗିରଫ ହେଲେ ବିଏମସି ର କୁବେର ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କୁ ଗିରଫ କରିଛି ଭିଜିଲାନ୍ସ । ଗତକାଲି ଜଗନ୍ନାଥ ପଟ୍ଟନାୟକଙ୍କ ଘର ଓ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢାଉ କରିବା ପରେ ଆଜି ତାଙ୍କୁ ଗିରଫ କରାଯାଇଛି ।
ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଗତକାଲି ବିଏମସି ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କ ଘର ଓ କାର୍ଯ୍ୟାଳୟ ସମେତ ୪ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା । ଭୁବନେଶ୍ୱର ବଡ଼ଗଡ଼ରେ ଥିବା ୪୫୬୦ ବର୍ଗଫୁଟ ବିଶିଷ୍ଟ ତିନି ମହଲା କୋଠା ଘର, ବାଲିଅନ୍ତାରେ ରହିଛି ୧.୫୭ ଏକରର ଫାର୍ମ ହାଉସରେ ଖୋଳତାଡ କରି ହରିଣ ଶିଙ୍ଗ ଓ ଏକ ଦେଶୀ ବନ୍ଧୁକ ଜବତ କରାଯାଇଥିଲା । ଏହାସହ ବଡଗଡ ଫ୍ଲାଟରୁ ବିପୁଳ ପରିମାଣରେ ସୁନା ଗହଣା, ଦାମୀ ଘଣ୍ଟା, ୬୦ହଜାରରୁ ଅଧିକ ନଗଦ ଟଙ୍କା ଜବତ କରାଯାଇଥିଲା । ୧୦ରୁ ୧୨ଟି ଆକାଉଣ୍ଟକୁ ଜବତ କରିଛି ଭିଜିଲାନ୍ସ । ତେବେ ଚଢାଉରେ ୬ଜଣ ଡିଏସପି ଓ ୧୦ଜଣ ଇନ୍ସପେକ୍ଟର ସାମିଲ ହୋଇଥିଲେ ।

Comments are closed.