ଭିଜିଲାନ୍ସ ଜାଲରେ BMC କାର୍ଯ୍ୟନିର୍ବାହୀ ଯନ୍ତ୍ରୀ

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ଭୁବନେଶ୍ଵରର ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ । ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କ ଏକକାଳୀନ ୪ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରାଯାଇଛି । ଏହି ଚଢାଉରେ ୬ ଜଣ ଡିଏସପି, ୧୦ ଜଣ ଇନିସ୍ପେକ୍ଟର ଏବଂ ଆନ୍ୟାନ୍ୟ ସହାୟକ କର୍ମଚାରୀ ସାମିଲ ଅଛନ୍ତି ।

ଜଗନ୍ନାଥ ପଟ୍ଟନାୟକଙ୍କ ଭୁବନେଶ୍ୱର ବଡ଼ଗଡ଼ସ୍ଥିତ ଏକ ତିନି ମହଲା ଘର, ଖୋର୍ଦ୍ଧା ବାଲିଅନ୍ତାସ୍ଥିତ ଏକ ଫାର୍ମ ହାଉସ୍‌, ରାୟଗଡ଼ାର ଗୁଣୁପୁର ସ୍ଥିତ ପୈତୃକ ଘର ଏବଂ ଭୁବନେଶ୍ୱରର ବିଏମସିରେ ଥିବା ତାଙ୍କ ଅଫିସ୍‌ ରୁମ୍‌ରେ ଭିଜିଲାନ୍ସ ଏକକାଳୀନ ଚଢାଉ କରିଛି ।

Govt

Comments are closed.