କଳା ବ୍ୟାଜ୍ ପିନ୍ଧି କାର୍ଯ୍ୟାଳୟ ଆସିଲେ ବିଏମସି କର୍ମଚାରୀ

ଭୁବନେଶ୍ବର: ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା। ଆଜି କଳାବ୍ୟାଜ୍‍ ପିନ୍ଧି ଆନ୍ଦୋଳନକୁ ଓହ୍ଲାଇଛନ୍ତି ବିଏମସି କର୍ମଚାରୀ । ବିଏମସି କାର୍ଯ୍ୟାଳୟ ସମ୍ମୁଖରେ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରିଛନ୍ତି । ସମସ୍ତ ଅଭିଯୁକ୍ତ ଗିରଫ ନହେବା ପର୍ଯ୍ୟନ୍ତ ପ୍ରତିବାଦ ଜାରି ରଖିବାକୁ ଦେଇଥିଲେ ଚେତାବନୀ। ମୁଖ୍ୟ ଶାସନ ସଚିବ, ପୋଲିସ ଡିଜିଙ୍କ ସହ ଆଲୋଚନା ପରେ ସମୂହ ଛୁଟିରେ ଯିବାକୁ ନିଷ୍ପତ୍ତି ସାମୟିକ ସ୍ଥଗିତ ରହିଛି । ଏହା କେବଳ ଗୋଟିଏ ଘଟଣା ନୁହେଁ, ବର୍ଷକ ଭିତରେ ସରକାରୀ ଅଧିକାରୀଙ୍କ ଉପରେ ଆକ୍ରମଣ ବଢିବାରେ ଲାଗିଛି। ଯାହାକି ସରକାରୀ ଅଧିକାରୀଙ୍କୁ ବିଚଳିତ କରିବା ସହ ଆତ୍ମସମ୍ମାନକୁ ଆଘାତ ଦେଉଛି। ଜଣେ କର୍ତ୍ତବ୍ୟରତ ଅଧିକାରୀଙ୍କୁ ଆକ୍ରମଣ ପ୍ରାଶାସନିକ ବ୍ୟବସ୍ଥାକୁ ଆକ୍ରମଣ ସହ ସମାନ। ଏଣିକି ସମସ୍ତ ସରକାରୀ କାର୍ଯ୍ୟାଳୟରେ ଅଧିକାରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଦାବି କରିଛନ୍ତି ଓଏଏସ ଅଧିକାରୀ।

ସୋମବାର ଅତିରିକ୍ତ କମିଶନର ରତ୍ନାକର ସାହୁ ଅଭିଯୋଗ ଶୁଣାଣି କରୁଥିବାବେଳେ ତାଙ୍କୁ ଅଫିସରୁ ଘୋଷାଡି ଆଣି ମାଡ ମାରିବା ସହ ମରଣାନ୍ତକ ଆକ୍ରମଣ କରିଥିଲେ ଦୁବୃର୍ତ୍ତ । ଘଟଣାକୁ ସମସ୍ତ କର୍ମଚାରୀ ନିନ୍ଦା କରିବା ସହ ରାଜ୍ୟର ଅନ୍ୟ କିଛି ସ୍ଥାନରେ ଓଏଏସ ସଂଘ କାର୍ଯ୍ୟବନ୍ଦ କରିଛନ୍ତି । ସେପଟେ ଘଟଣାକୁ ନିନ୍ଦା କରିବା ସହ ଦୁଭାବ୍ୟଜନକ କହିଛନ୍ତି ବିଏମସି କମିଶନର ।

Launching Ceremony of “AYUSHMAN BHARAT

Comments are closed.