ରେଳ ବ୍ରିଜ୍‌ ଉଡ଼ାଇ ଦେଲେ ନକ୍ସଲ

ଉଦୟପୁର: ବିସ୍ପୋରଣରେ ଉଡ଼ିଲା ରେଳ ବ୍ରିଜ୍‌ । ବଞ୍ଚିଗଲେ ରେଳ ଯାତ୍ରୀ । ରାଜସ୍ଥାନ ଉଦୟପୁରର ଜୱର ପୁଲିସ ଷ୍ଟେସନ ଅଧୀନ ଥିବା ରେଲେୱ ବ୍ରିଜPୁ ଉଡ଼ାଇ ଦିଆଯାଇଛି । ଗତକାଲି ମଧ୍ୟ ରାତ୍ରିରେ ଏହି ଘଟଣା ଘଟିଛି । ଘଟଣା ପଛରେ ନକ୍ସଲଙ୍କ ହାତ ଥିବା ସନ୍ଦେହ କରାଯାଉଛି । ଉକ୍ତ ଲାଇନ୍‌ ଦେଇ ଅସରୱା-ଉଦୟପୁର ଏକ୍ସପ୍ରେସ୍‌ ପାରି ହେବା ପୂର୍ବରୁ ଏହି ଅଘଟଣ ଘଟିଛି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍‌ ଟ୍ୱିଟ କରି ଉଦୟପୁର-ଅହମ୍ମଦାବାଦ ରେଳ ଲାଇନରେ ଓଡା ରେଳ ବ୍ରିଜ କ୍ଷତି ଘଟିବା ଘଟଣା ଚିନ୍ତାର ବିଷୟ । ବରିଷ୍ଠ ପୁଲିସ ଓ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ଅଛନ୍ତି । ଡିଜି ପୁଲିସକୁ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେତୁ ପୁନଃର୍ନିମାଣ ପାଇଁ ରେଳବାଇ ସମ୍ପୂର୍ଣ୍ଣ ସହଯୋଗ କରିବ ବୋଲି କହିଛି ।

ଏହି ଲାଇନରେ ରେଳ ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ପରିବହନ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସ୍ଥାନୀୟ ପୋଲିସ ଷ୍ଟେସନର ଷ୍ଟେସନ ହାଉସ ଅଫିସର କହିଛନ୍ତି ଯେ ଶନିବାର ରାତିରେ ଗ୍ରାମବାସୀମାନେ ଓଡା ରେଳ ବ୍ରିଜରେ ବିସ୍ପୋରଣ ଶୁଣିଥିଲେ । ସେ କହିଛନ୍ତି ଯେ ସକାଳେ ସ୍ଥାନୀୟ ଗ୍ରାମବାସୀ ଟ୍ରାକ ଦେଖିବା ପାଇଁ ପହଞ୍ଚିଥିଲେ । ତେବେ ଟ୍ରାକ ଭାଙ୍ଗି ଯାଇଥିବା ଦେଖିବା ସହ ଅନେକ ନଟ ବୋଲଫ ମଧ୍ୟ ସେଠାରେ ପଡ଼ିରହିଛି ।

Blast on rail tracks near Udaipur, Rajasthan

ସେ ଆହୁରି କହିଛନ୍ତି, ପ୍ରାଥମିକ ତଦନ୍ତରୁ ଖଣିରେ ବ୍ୟବହୃତ ବିସ୍ପୋରକ ସାମଗ୍ରୀ ଟ୍ରାକକୁ ନଷ୍ଟ କରିବା ପାଇଁ ବ୍ୟବହୃତ ହୋଇଛି । ଘଟଣାସ୍ଥଳରୁ ନମୁନା ନିଆଯାଇଛି । ଏହି ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକ ରେଳ ଅଧିକାରୀ ତଥା ପୋଲିସକୁ ସୂଚନା ଦେଇଥିଲେ । ତେବେ ଆସାରୱା (ଅହମ୍ମଦାବାଦ)ରୁ ଉଦୟପୁର ଅଭିମୁଖେ ଯାତ୍ରା କରୁଥିବା ଟ୍ରେନ୍‌ ଡଙ୍ଗରପୁରରେ ଅଟକି ରହିଛି ବୋଲି ଏସଏଓ କରିଛନ୍ତି । ନକ୍ସଲମାନେ ଏଭଳି କାଣ୍ଡ ଭିଆଇଥିବା ପୁଲିସ ସନ୍ଦେହ କରୁଛି ।

Launching Ceremony of “AYUSHMAN BHARAT

Comments are closed.