ଧାମନଗର ଉପନିର୍ବାଚନରେ ବିଜୟ ହେଲେ ସୂର୍ଯ୍ୟବଂଶୀ ସୂରଜ, ବିଜେଡିଠାରୁ ୯,୮୮୧ ଭୋଟ ଅଧିକ

ଭଦ୍ରକ : ଧାମନଗର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ତଥା ଦିବଂଗତ ବିଧାୟକ ସ୍ୱର୍ଗତ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ବିଜୟ ହୋଇଛନ୍ତି । ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କଠାରୁ ସେ ଅଧିକ ୯ ହଜାର ୮୮୧ ଭୋଟ ଅଧିକା ପାଇ ସେ ଜୟଯୁକ୍ତ ହୋଇଛନ୍ତି ।

ସୂର୍ଯ୍ୟବଂଶୀ ମୋଟ୍‌ ୮୦ ହଜାର ୩୫୧ ଭୋଟ୍‌ ପାଇଥିଲେ । ସେହିପରି ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ୭୦ ହଜାର ୪୭୦ ଭୋଟ୍‌ ପାଇଥିଲା ବେଳେ ସ୍ୱାଧୀନ ପ୍ରାର୍ଥୀ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ୮ ହଜାର ୧୫୩ ଭୋଟ୍‌ , କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ୩ ହଜାର ୫୬୧ ଭୋଟ୍‌ ପାଇ ଚତୁର୍ଥ ସ୍ଥାନରେ ରହିଥିଲେ । ସ୍ୱାଧୀନ ପ୍ରାର୍ଥୀ ପବିତ୍ର ମୋହନ ଦାସ ମାତ୍ର ୪୯୭ ଭୋଟ୍‌ ପାଇଥିବାବେଳେ ନୋଟାରେ ପଡ଼ିଛି ୬୫୦ ଭୋଟ୍‌ ।

ସୂଚନା ଥାଉଯେ, ଧାମନଗର ଉପନିର୍ବାଚନରେ ମୋଟ ୧ ଲକ୍ଷ ୬୩ ହଜାର ୬୮୨ ଜଣ ମତାଧିକାର ସାବ୍ୟସ୍ତ କରିଥିଲେ । ଗତକାଲି ଭୋଟ୍‌ ଗଣତିର ପ୍ରଥମ ପର୍ଯ୍ୟାୟରେ ପ୍ରାର୍ଥୀ ସୂର୍ଯ୍ୟବଂଶୀ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ପଛରେ ପକାଇଥିଲେ । ପ୍ରଥମ ପର୍ଯ୍ୟାୟରେ ସୂର୍ଯ୍ୟବଂଶୀ ୭୫୯ ଭୋଟ୍‌ରେ ଆଗୁଆ ରହିଥିବାବେଳେ ପରବର୍ତ୍ତୀ ପର୍ଯ୍ୟାୟଗୁଡ଼ିକରେ ମଧ୍ୟ ଅବ୍ୟାହତ ରହିଥିଲା । ମୋଟ୍‌ ୧୯ ପର୍ଯ୍ୟାୟ ମଧ୍ୟରୁ ମାତ୍ର ଦୁଇଟି ପର୍ଯ୍ୟାୟରେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ବିଜେପି ପ୍ରାର୍ଥୀଙ୍କଠାରୁ ଆଗରେ ରହିଥିଲେ ।

Launching Ceremony of “AYUSHMAN BHARAT

Comments are closed.